ଲକ୍ଷ୍ନୌ,୧୮ା୧୦: ଉତ୍ତରପ୍ରଦେଶର ଏକ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା। ଗ୍ରାମବାସୀ ଲୁହା ଆକୃତିର କିଛି ଜିନିଷ ଆକାଶରେ ଉଡୁଥିବାର ଦେଖି ଭୟଭୀତ ହୋଇପଡ଼ିଥିଲେ। ସେମାନେ ଭାବିଥିଲେ ଯେ, ଗାଁକୁ ଏଲିଅନ ଆସିଛି।
ଖବର ଅନୁଯାୟୀ, ଶନିବାର ସକାଳେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଠାରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଗ୍ରେଟର ନୋଏଡାର ଧାନକୋର ସହରରେ ଏକ ଆଇରନ୍ ମ୍ୟାନ୍ ଯେପରି ରୋବଟ ପରି ଦେଖିବାକୁ ପାଇଥିଲେ ଲୋକେ। ପ୍ରକୃତରେ ଏହା ଏକ ଗ୍ୟାସ ବେଲୁନ ଥିଲା। ପରେ ଏହି ବେଲୁନ ଭଟ୍ଟ ପାର୍ଶଲ ଗାଁ ନିକଟରେ ଥିବା ଏକ କେନାଲରେ ପଡ଼ିଥିଲା। ଯେଉଁମାନେ ଏହାକୁ ଦେଖିବାକୁ ଯାଇଥଲେ ସେମାନେ ଏଲିଅନ ଭାବି ଡରି ଯାଇଥିଲେ।
ପୋଲିସ ଅଧିକାରୀ ଅନିଲ କୁମାର ପାଣ୍ଡେଙ୍କ କହିବାନୁସାରେ, ବାୟୁ ଭର୍ତ୍ତି ହୋଇଥିବା ଏକ ବେଲୁନ ଆକାଶରେ ଉଡ଼ୁଥିବା ବେଳେ ଏକ କେନାଲରେ ଖସି ପଡ଼ିଯାଇଥିଲା। ପାଣି ଯୋଗୁ ଏହା ହଲିଥିଲା। ଏହାର ଆକୃତି ମଧ୍ୟ ହଲିଉଡ ଫିଲ୍ମର କ୍ୟାରେକ୍ଟର ଆଇରନ ମ୍ୟାନ ପରି। ଏହି କାରଣରୁ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଫଳରେ ସେମାନେ ଏହାକୁ ଏଲିଅନ ବୋଲି ଭାବିଥିଲେ। ପରେ ଯେତେବେଳେ ଏହି ବେଲୁନରୁ ଗ୍ୟାସ ବାହାରିଲା ସମସ୍ତ ବିଷୟ ଜଣାପଡ଼ିଥିଲା। ଏହା କାହା ପାଇଁ କ୍ଷତିକାରକ ନୁହେଁ।