Categories: ଫୁରସତ

୨୫ କେଜିର ଲଲିପପ୍‌

ନୂଆଦିଲ୍ଲୀ: ଲଲିପପ୍‌ ପୁଣି ୨୫ କିଲୋଗ୍ରାମର। ଏକଥା ହୁଏତ କେହି ଭାବି ପାରୁ ନ ଥିବେ। କିନ୍ତୁ ଏମିତି ଏକ ଲଲିପପ୍‌ ତିଆରି କରିଛନ୍ତି ଜଣେ ୟୁଟ୍ୟୁବର ଫିରୋଜ ଚୁଟିପୁରା ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଖାଦ୍ୟ ପ୍ରସ୍ତୁତିକୁ ନେଇ ବେଳେବେଳେ ଅଜବ ଶୈଳୀ ଆପଣାଇ ଅନେକେ ଚର୍ଚ୍ଚାକୁ ଆସିଥାନ୍ତି। ଠିକ୍‌ ଏମିତି ଏକ ଶୈଳୀକୁ ଆପଣାଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି ଫିରୋଜ । ତାଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି, ଯେଉଁଥିରେ ସେ ଗ୍ରାମାଞ୍ଚଳର ବିଭିନ୍ନ ପ୍ରକାରର ଖାଦ୍ୟ ଶୈଳୀକୁ ଦେଖାଇଥାନ୍ତି। ଏବେ ସେ ବିରାଟ ଲଲିପପ୍‌ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ଏତେ ବଡ଼ ଲଲିପପ୍‌ ତିଆରି କରିବାର ସମ୍ପୂର୍ଣ୍ଣ ଶୈଳୀକୁ ମଧ୍ୟ ସେ ଭିଡିଓ କରି ଶେୟାର କରିଛନ୍ତି। ପ୍ରଥମେ ଚିନିକୁ ପାଗ କରି ସେଥିରେ ବିଭିନ୍ନ ରଙ୍ଗ ଦେଇ ସେ ଏକ ମାଠିଆରେ ଭର୍ତ୍ତି କରି ଲଲିପପ୍‌ ତିଆରି କରିଛନ୍ତି। ତାଙ୍କର ଏହି ଶୈଳୀ ଏବେ ଲୋକଙ୍କୁ ବେଶ୍‌ ଆକୃଷ୍ଟ କରିଛି। ଏକ ଗ୍ରାମୀଣ ପରିବେଶରେ ଏଭଳି ଲଲିପପ୍‌ ତିଆରି କରିବା ଶୈଳୀକୁ ଦେଖିବା ପାଇଁ ସୋସିଆଲ ମିଡିଆରେ ଲୋକଙ୍କର ପ୍ରବଳ ଆକର୍ଷଣ। ଲଲିପପ୍‌ର ଏହି ଭିଜୁଆଲଟି ଶେୟାର କରିବାର ମାତ୍ର ଦୁଇଦିନ ପରେ ଏହାକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

Share