ବଦଳିଲେ ଏହି ଆଇଏଏସ୍‌, ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର, ୧୩।୧୧(ବ୍ୟୁରୋ): ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍‌ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବା ଲାଗି ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ତଦନୁଯାୟୀ ଓଡ଼ିଶା ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଂଚଳ ରାଜସ୍ବ କମିଶନର ଭାବେ ସମ୍ବଲପୁର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ରଞ୍ଜନଙ୍କୁ ବିଭାଗର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି।

Share