Advertisement

ପହଣ୍ଡି ଅଘଟଣ: ପରିଚାଳନା କମିଟି ନେଲା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ…

ପୁରୀ,୧୦ା୭: ଆଡ଼ପ ପହଣ୍ଡିରେ ଅଘଟଣ ନେଇ ପରିଚାଳନା କମିଟିରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୁଧବାର ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ ଏକ କମିଟି ଗଠନ କରାଯାଇଛି। ଜଣେ ଏଡିଏମ୍‌, ଉନ୍ନୟନ ପ୍ରଶାସକ ଓ ଜଣେ ଡିଏସ୍‌ପି ରହିବେ ବୋଲି ନିଷ୍ପତ୍ତି ହୋଇଛି। ଭିଡିଓ ଫୁଟେଜ ସହ ସମସ୍ତ ଦିଗକୁ ଦେଖି ତଦନ୍ତ କରି ରିପୋର୍ଟ ଦେବେ। ନୀଳାଦ୍ରି ବିଜେର ୧୦ ଦିନ ମଧ୍ୟରେ କମିଟି ରିପୋର୍ଟ ପ୍ରଦାନ କରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ସୂଚନାଯୋଗ୍ୟ, ଶ୍ରୀବିଗ୍ରହମାନଙ୍କ ମଙ୍ଗଳବାର ସନ୍ଧ୍ୟାରେ ଆଡ଼ପ ମଣ୍ଡପ ପହଣ୍ଡି ସମୟରେ ରଥ ଉପରେ ଏକ ବଡ଼ଧରଣର ଅଘଟଣ ଘଟିଥିଲା। ବଡ଼ଠାକୁର ବଳଭଦ୍ରଙ୍କୁ ରଥରୁ ପହଣ୍ଡି କରି ଅଣାଯାଉଥିବା ବେଳେ ଚାରମାଳ ଉପରେ ସେବାୟତମାନେ ପକାଇ ଦେଇଥିଲେ। ଏଥିରେ କିଛି ସେବାୟତ ମଧ୍ୟ ଆହତ ହୋଇଥିଲେ। କିଛି ସମୟ ପରେ ଠାକୁରଙ୍କୁ ଉଠାଯାଇ ପୁଣ ପହଣ୍ଡି କରି ଜନ୍ମବେଦୀ ବା ଆଡ଼ପମଣ୍ଡପକୁ ନିଆଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share