ଏଇ ଭାରତରେ

ଲତା କଚ୍ଚାଓ୍ବା ନିଜର ନିଷ୍ଠା ଓ ନିରନ୍ତର ପ୍ରୟାସ ବଳରେ ମେଘଓ୍ବାଲା ସମ୍ପ୍ରଦାୟର ୧୫,୦୦୦ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି। ପାରମ୍ପରିକ ଏମ୍ବ୍ରୋଡୋରି ‘କାସିଡାକରି’ କାର୍ଯ୍ୟ ମାଧ୍ୟମରେ ସେ ଏହା କରିପାରିଛନ୍ତି। ମେଘଓ୍ବାଲା ସମ୍ପ୍ରଦାୟର ଲୋକମାନେ ୧୯୭୧ରେ ପାକିସ୍ତାନରୁ ଆସି ରାଜସ୍ଥାନର ବରମର ଜିଲାର ବିଭିନ୍ନ ଗାଁରେ ରହିଥିଲେ। ୧୯୮୫ରୁ ଲତା ଯୋଧପୁରରୁ ଆସି ବାରମର ଜିଲାରେ ରହୁଥିବା ଗ୍ରାମଗୁଡ଼ିକରେ ପହଞ୍ଚତ୍ ଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୨୨। ସେବେଠୁ ଲତା ‘ସୋସାଇଟି ଟୁ ଅପ୍‌ଲିଫ୍ଟ ରୁରାଲ ଇକୋନୋମି’ ନାମକ ଏନ୍‌ଜିଓ ମାଧ୍ୟମରେ ସେମାନଙ୍କୁ ସଶକ୍ତ କରୁଛନ୍ତି। ମହିଳାମାନଙ୍କୁ ଶାଲ୍‌, ରୁମାଲ, ବେଡ୍‌କଭର, ପରଦା, ବ୍ୟାଗ୍‌ରେ କାଶିଡାକରି ଏମ୍ବ୍ରୋଡୋରି କାର୍ଯ୍ୟରେ ନିଯୁକ୍ତ କରିବାରେ ଲାଗିଛନ୍ତି। ଲତା ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡିଜାଇନର ସହଯୋଗରେ ବି ଏହାକୁ ପ୍ରୋତ୍ସାହିତ କରୁଛନ୍ତି ଏବଂ ଏହି ଏମ୍ବ୍ରୋଡୋରିକୁ ନେଇ ୨୫୦ରୁ ଅଧିତ୍କ ଡିଜାଇନ ଏବକାର ଫ୍ୟାଶନ ଟ୍ରେଣ୍ଡରେ ସାମିଲ କରିଛନ୍ତି। ପରେ ଟେକ୍ସଟାଇଲ ମନ୍ତ୍ରଣାଳୟ ସାହାଯ୍ୟରେ ଏହାକୁ ସେ ଜର୍ମାନୀ, ଜାପାନ, ସିଙ୍ଗାପୁର ଏବଂ ଶ୍ରୀଲଙ୍କାକୁ ପଠାଉଛନ୍ତି। ଏହି କାର୍ଯ୍ୟରେ ଏବେ ଜଣେ ମହିଳା ମାସକୁ ୫,୦୦୦ ଟଙ୍କା ରୋଜଗାର କରିପାରୁଛନ୍ତି।