୨ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି ଏହି ଆଇପିଏସ୍‌ ଅଫିସର୍‌

ୟୁପିଏସ୍‌ସି ପରୀକ୍ଷା ଭାରତର ସବୁଠାରୁ କଠିନ ପରୀକ୍ଷା ଭାବେ ଜଣାଶୁଣା। ଏହି ହାଇପ୍ରୋଫାଇଲ ପରୀକ୍ଷାକୁ ପାସ୍‌ କରିବାକୁ ପିଲାମାନେ ଘଣ୍ଟା ଘଣ୍ଟା ଅଧ୍ୟୟନ କରିବାକୁ ପଡେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନେକ ଥାନ୍ତି, ଯେଉଁମାନେ ଅନେକ ଚେଷ୍ଟା ପରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ସକ୍ଷମ ହୋଇଥାନ୍ତି। ଅନେକ ଛାତ୍ରୀଛାତ୍ର ସେମାନଙ୍କର ପ୍ରଥମ ପ୍ରୟାସରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସଫଳତା ହାସଲ କରନ୍ତି। ଆଇପିଏସ୍‌ ସିମାଲା ପ୍ରସାଦ ସେମାନଙ୍କ ମଧ୍ୟରୁ ଅନ୍ୟତମ, ଯିଏକି ତାଙ୍କର ପ୍ରଥମ ପ୍ରୟାସରେ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସିମାଲା ଏହି ପରୀକ୍ଷା କୌଣସି କୋଚିଂ ନ ନେଇ ପାସ କରିଥିଲେ।
ସିମାଲା ପ୍ରସାଦ ୨୦୧୦ ବ୍ୟାଚ ଆଇପିଏସ ଅଧିକାରୀ ଏବଂ ବର୍ତ୍ତମାନ ତାଙ୍କୁ ମଧ୍ୟପ୍ରଦେଶରେ ପୋଷ୍ଟିଂ କରାଯାଇଛି। ସିମାଲା ଅକ୍ଟୋବର ୧୯୮୦ରେ ଭୋପାଳରେ ଜନ୍ମଗ୍ରହଣ କରିଥିଲେ। ସେ ସେଣ୍ଟ ଜୋସେଫ ସ୍କୁଲରେ ଅଧ୍ୟୟନ କରିଥିଲେ। ସେ ବି.କମ କରିଥିଲେ ଏବଂ ଏହା ପରେ ସେ ସମାଜବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ।
କଲେଜ ଶେଷ କରିବା ପରେ ସିମାଲା ପ୍ରଥମେ ମଧ୍ୟପ୍ରଦେଶ ଜନସେବା ଆୟୋଗର ଏମ୍‌ପି ପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କୁ ଡିଏସପି ପଦରେ ନିଯୁକ୍ତ କରାଯାଇଥିଲା। ଏହି ସମୟ ମଧ୍ୟରେ ସେ ସମୟ ବାହାର କରି ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ପରେ ପ୍ରଥମ ପ୍ରୟାସରେ ସଫଳତା ହାସଲ କରିଥିଲେ।
ସିମାଲା କେବଳ ପାଠରେ ନୁହେଁ, ଅଭିନୟରେ ମଧ୍ୟ ପାରଙ୍ଗମ। ସେ ୨୦୧୭ରେ ରିଲିଜ ହୋଇଥିବା ଆଲିଫ ଏବଂ ୨୦୧୯ରେ ମୁକ୍ତିଲାଭ କରିଥିବା ନାକାଶ ଭଳି ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ଆଲିଫ ଚଳଚ୍ଚିତ୍ରରେ ଶ୍ୟାମି ଏବଂ ନାକାଶରେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିଥିଲେ। ପିଲାଦିନରୁ ସିମାଲା ନାଚିବା ଏବଂ ଅଭିନୟ କରିବାକୁ ଭଲ ପାଉଥିଲେ। ତାଙ୍କ ସ୍କୁଲ-କଲେଜ ଦିନରେ ସେ ନାଟକ ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ସିଭିଲ ସର୍ଭିସରେ ଯୋଗଦେବାକୁ କେବେ ଭାବି ନ ଥିଲେ କିନ୍ତୁ ଆଜି ସେ ଜଣେ ଆଇପିଏସ ଅଧିକାରୀ।

Share