Categories: ଫୁରସତ

ଏମିତି ଦେଶ, ଯେଉଁଠି ମହିଳା ଏବଂ ପୁରୁଷ ପିନ୍ଧିଥାନ୍ତି ଏକାପ୍ରକାର ପୋଷାକ

ବିଶ୍ୱରେ ଅନେକ ଦେଶ ରହିଛି। ପ୍ରତ୍ୟେକ ଦେଶ ନିଜର ସ୍ବତନ୍ତ୍ର ପରିଚୟ ପାଇଁ ଜଣାଶୁଣା। ଅନେକ ଦେଶ ସେମାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ଅନେକ ଦେଶର ଅନନ୍ୟ ସଂସ୍କୃତି ଏବଂ ଏହାର ନାଗରିକଙ୍କ ଜୀବନ, ଜୀବିକା ଏବଂ ଚଳଣି ଏହାକୁ ସ୍ବତନ୍ତ୍ର କରିଥାଏ। ସେହିଭଳି ଏକ ଦେଶ ହେଉଛି ମାଡାଗାସ୍କର। ଯାହା ବିଶ୍ୱର ଚତୁର୍ଥ ବୃହତ୍ତମ ଦ୍ୱୀପ ଅଟେ। ଏହି ଦେଶରେ ଏକ ଅନନ୍ୟ ପରମ୍ପରା ରହିଛି।
ମାଡାଗାସ୍କରର ସମ୍ପୂର୍ଣ୍ଣ ନାମ ହେଉଛି ରିପବ୍ଲିକ ଅଫ୍‌ ମାଡାଗାସ୍କର। ଆଫ୍ରିକାର ଦକ୍ଷିଣ ଉପକୂଳ ନିକଟ ଭାରତ ମହାସାଗରରେ ଏକ ଦ୍ୱୀପ ଦେଶ। ଏହି ଦେଶରେ ବସବାସ କରୁଥିବା ଲୋକେ ବ୍ରୁନେଇ ଦ୍ୱୀପରୁ ଆସିଥିଲେ। ଯାହା ବର୍ତ୍ତମାନ ବ୍ରୁନେଇ, ଇଣ୍ଡୋନେସିଆ ଏବଂ ମାଲେସିଆ ମଧ୍ୟରେ ବିଭକ୍ତ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ମାଡାଗାସ୍କରର ମହିଳା ଏବଂ ପୁରୁଷ ଏକାପ୍ରକାରର ପୋଷାକ ପିନ୍ଧିଥାନ୍ତି। ଏହି ପୋଷାକକୁ ସ୍ଥାନୀୟ ଭାଷାରେ ‘ଲାମ୍ବା’ କୁହାଯାଏ। ଏପରିକି ମୃତକମାନଙ୍କ କଫିନ୍‌ରେ ମଧ୍ୟ ‘ଲାମ୍ବା’ ବ୍ୟବହାର କରାଯାଇଥାଏ।

Share