ଆଜି ସାରା ଦେଶରେ ମହାଶିବରାତ୍ରୀ ଉତ୍ସାହର ସହ ପାଳନ କରାଯାଉଛି। ଭକ୍ତମାନେ ମନ୍ଦିରରେ ପହଞ୍ଚି ଭୋଳାନାଥଙ୍କୁ ପୂଜା କରୁଛନ୍ତି। ଏହି ଦିନ ଭକ୍ତମାନେ ଭଗବାନ ଶିବଙ୍କଠାରେ ବେଲପତ୍ର, ଜଳ, କ୍ଷୀର, ଭାଙ୍ଗ, କର୍ପୁର ଏବଂ ଚନ୍ଦନ ଇତ୍ୟାଦି ଚଢାନ୍ତି। କଥିତ ଅଛି ଭଗବାନ ଶିବଙ୍କ ମସ୍ତକରେ ଆଦୌ ସିନ୍ଦୁର ଚଢାଯାଏ ନାହିଁ। କିନ୍ତୁ ଭାରତରେ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ ଶିବଙ୍କଠାରେ ସିନ୍ଦୁର ଚଢାଯାଏ। ମଧ୍ୟପ୍ରଦେଶର ଇଟାରସିରେ ଭୋଲେନାଥଙ୍କ ଏକ ମନ୍ଦିର ଅଛି, ଯେଉଁଠାରେ ଶିବଙ୍କୁ ସିନ୍ଦୁର ଦିଆଯାଏ। ଭଗବାନ ଶିବଙ୍କ ଏହି ମନ୍ଦିର ଇଟାରସିଠାରୁ ୧୭ କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଅନେକ ଦଶନ୍ଧିରୁ ଭଗବାନ ଶିବଙ୍କୁ ସିନ୍ଦୁର ଅର୍ପଣ କରିବା ପରମ୍ପରା ରହିଆସିଛି। ଏହି ମନ୍ଦିରର ନାମ ତିଲକ ସିନ୍ଦୁର। ଲୋକେ ଭଗବାନ ଶିବଙ୍କୁ ପ୍ରାର୍ଥନା କରିବାକୁ ଏଠାକୁ ଆସନ୍ତି। ପ୍ରସାଦ ସ୍ବରୂପ ସିନ୍ଦୁର ଚଢାନ୍ତି। ସ୍ଥାନୀୟ ଲୋକଙ୍କ ଏହି ମନ୍ଦିର ଉପରେ ଆସ୍ଥା ରହିଛି। କୁହାଯାଏ ଭଗବାନ ଶିବଙ୍କ ଏଠାକୁ ଆସୁଥିବା ଭକ୍ତଙ୍କ ମନୋସ୍କାମନା ପୂରଣ ହୋଇଥାଏ।