‘ଭାରତରେ ନିବେଶ କରିବାର ସମୟ’

ନୂଆଦିଲ୍ଲୀ,୧୭।୧: ଭାରତରେ ନିବେଶ କରିବାର ଶ୍ରେଷ୍ଠ ସମୟ ଆସିଯାଇଛି। ବିଶ୍ୱ ନେତାଙ୍କୁ ଉଦ୍‌ବୋଧନ ଦେଇ ବିଶ୍ୱ ଇକୋନୋମିକ୍‌ ଫୋରୋମ (ଡବ୍ଲ୍ୟୁଇଏଫ୍‌)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଏଥିସହ ଭାରତକୁ ବିଶ୍ୱର ସବୁଠୁ ଆକର୍ଷଣୀୟ ବିନିଯୋଗ ଲକ୍ଷ୍ୟସ୍ଥଳ ନିର୍ମାଣ କରିବା ପାଇଁ ସେ କେଉଁ କେଉଁ ପଦକ୍ଷେପ ନେଇଛନ୍ତି, ତାହା ବଖାଣିଛନ୍ତି ମୋଦି।

“ତୁମ ବ୍ୟବସାୟ ଓ ଯୋଜନାକୁ ନୂଆ ସଫଳତାରେ ପହଞ୍ଚାଇବା ଲାଗି ଭାରତୀୟ ଯୁବବର୍ଗ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଶ୍ୱ ସ୍ତରୀୟ ଦକ୍ଷତା ଯୋଗୁ ଭାରତରେ କେବଳ ୨୦୨୧ରେ ୬୦ ହଜାର ଷ୍ଟାର୍ଟଅପ୍ସ ଖୋଲିଛି” ବୋଲି ବିଶ୍ୱ ଇକୋନୋମିକ୍‌ ଫୋରୋମ (ଡବ୍ଲ୍ୟୁଇଏଫ୍‌)ରେ ପ୍ରଧାନମନ୍ତ୍ରୀ ସୋମବାର କହିଛନ୍ତି।

“ଭାରତ ପୂରା ବିଶ୍ୱକୁ ଆଶାର ସମାହାର ଦେଉଛି। ଏଥିରେ ଆମ ଗଣତନ୍ତ୍ର ଉପରେ ବିଶ୍ୱାସ, ଆମ ଟେକନୋଲୋଜୀ, ଆମ ଟେମ୍ପରାମେଣ୍ଟ ଏବଂ ପ୍ରତିଭା ରହିଛି। ୨୦୧୪ରେ ଭାରତରେ ପଞ୍ଜିକୃତ ଷ୍ଟାର୍ଟଅପ୍ସ ସଂଖ୍ୟା ୧୦୦ ଭଳି ଥିଲା। ବର୍ତ୍ତମାନ ଏହି ସଂଖ୍ୟା ୬୦ ହଜାରରେ ପହଞ୍ଚିଲାଣି। ଆମ ପାଖରେ ୮୦ ୟୁନିକର୍ନ ରହିଛି। ସେମାନଙ୍କ ମଧ୍ୟରୁ ୪୦ଟି ଷ୍ଟାର୍ଟଅପ୍ସ ଗତବର୍ଷ ଏହି ସଫଳତା ପାଇଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Share