ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ ସିମ୍ପାଞ୍ଜିକୁ ପଞ୍ଜୁରୀରୁ କାଢ଼ିବା ପରେ ସେ ପ୍ରଥମେ ଜଣେ ମହିଳାଙ୍କ କୋଳରେ ବସୁଛି। ପରେ ଅନ୍ୟ ଜଣେ ମହିଳାଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରୁଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ରିଟୁଇଟ କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Joy is the simplest form of gratitude…
The more I see this, the more I love.This is Uganda-Ngamba Island. The chimp shows true gratitude and love to the person who deserves it the most….. pic.twitter.com/VE6ijOuB0k
— Susanta Nanda (@susantananda3) September 17, 2020