ପ୍ରଥମ ଦେଖାରେ ଶର୍ଟ‌ଲେସ୍‌ ସଲମାନଙ୍କୁ ଦେଖି ହସ ରୋକି ପାରି ନ ଥିଲେ କଟ୍ରିନା, ଆଉ ତା’ ପରେ…

ବମ୍ବେ: ବଲିଉଡ୍‌ର ଅନ୍ୟତମ ହିଟ୍‌ଯୋଡିଙ୍କ ମଧ୍ୟରୁ ସଲମାନ ଖାନ-କଟ୍ରିନା ଅନ୍ୟତମ। ଉଭୟ ରିଲ୍‌ ଏବଂ ରିଅଲ୍‌ ଲାଇଫ୍‌ରେ ରୋମାନ୍ସ କରିଥିବା କଥା ସମସ୍ତେ ଜାଣନ୍ତି। ରିଲ୍‌ରେ ପ୍ରେମ ଏବେ ବି ଜାରି ରହିଥିବା ବେଳେ ରିଅଲ୍‌‌ ପ୍ରେମରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହାସତ୍ତ୍ୱେ କଟ୍ରିନାଙ୍କୁ ଜଣେ ଭଲ ବନ୍ଧୁ ଭାବେ ଦେଖନ୍ତି ସଲମାନ୍‌।

ପରଦାରେ ସଲମାନ-କଟ୍ରିନା ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି। ଯୁବରାଜ, ମେନେ ପ୍ୟାର କ୍ୟୁ କିଆ, ଏକ ଥା ଟାଇଗର, ଟାଇଗର ଜିନ୍ଦା ହେ ଏବଂ ଭାରତ ଭଳି ଫିଲ୍ମରେ ଉଭୟଙ୍କ ଯୋଡ଼ିକୁ ଦର୍ଶକ ଶହେରୁ ଶହେ ମାର୍କ ଦେଇଥିଲେ। ସ୍କ୍ରିନ୍‌ରେ ରୋମାଣ୍ଟିକ ଭାବେ ଉଭୟେ ଉଭୟଙ୍କୁ ଭେଟୁଥିବା ଦେଖିବାକୁ ମିଳୁଥିବା ବେଳେ ବାସ୍ତବରେ ସେମାନଙ୍କ ଭେଟ ସିନେମା କାହାଣୀଠାରୁ କମ୍‌ ନୁହେଁ।

କଟ୍ରିନା ସଲମାନଙ୍କୁ ଭେଟିବା ପଛରେ କାରଣଟି ହେଲେ ଭଉଣୀ ଅଲବୀରା। କଟ୍ରିନା ଅଲବୀରାଙ୍କ ଭଲ ବନ୍ଧୁ। ସଲମାନଙ୍କ ଜନ୍ମଦିନ ପାର୍ଟିରେ କଟ୍ରିନା ନିମନ୍ତ୍ରିତ ଅତିଥି ଥିଲେ। ହେଲେ ସଲମାନ ତାହା ଜାଣି ନ ଥିଲେ। କଟ୍ରିନା ଘରେ ପହଞ୍ଚିବା ପରେ ସଲମାନ ଗାଧୋଉଥିଲେ। ସେ ଅପେକ୍ଷା କରିଥିବା ବେଳେ ବାଥରୁମ୍‌ରୁ ଶର୍ଟ‌ଲେସ୍‌ ‌ ଅବସ୍ଥାରେ ବାହାରୁଥିବା ଦେଖି ହସ ରୋକିପାରି ନ ଥିଲେ। ଅପରପକ୍ଷେ କଟ୍ରିନାଙ୍କୁ ଦେଖି ସ୍ତବ୍ଧ ହୋଇଯାଇଥିଲେ ସଲମାନ। କାରଣ ସେ ବେଶ୍‌ ସୁନ୍ଦର ଲାଗୁଥିଲେ। ଏହାପରେ କଟ୍ରିନାଙ୍କୁ ଫିଲ୍ମ ଦୁନିଆକୁ ଆଣିବା ନିଶ୍ଚିତ କରିଥିଲେ। ଶେଷରେ ତାହା ହିଁ ହୋଇଥିଲା। ଉଭୟ ଏକାଧିକ ଫିଲ୍ମରେ କାମ କରିଥିବା ବେଳେ ଆଗାମୀ ଦିନରେ ଅନେକ ଫିଲ୍ମ ଆସିବାର ଅଛି।

Share