Categories: ଫୁରସତ

କୁମ୍ଭୀରକୁ ଏମିତି ଶିକାର କଲେ ସିଂହପଲ, ଭିଡିଓ ଦେଖିଲେ…

କଥାରେ ଅଛି, କୁମ୍ଭୀର ଯଦି ପାଣିରେ ଥାଏ, ତେବେ ସିଂହ ବି ପାଣିକୁ ଓହ୍ଲାଇବା ବିପଜ୍ଜନକ ହୋଇଥାଏ। ଏହା ପୂର୍ବରୁ ଶହେ ଥର ଭାବିବାକୁ ପଡ଼େ। କିନ୍ତୁ ଦକ୍ଷିଣ ଆଫ୍ରିକାରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଭୟରେ ଦେହ ଥରି ଉଠିବ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଆପଣ ଏହା ଦେଖିପାରିବେ କୁମ୍ଭୀରଟି ନଦୀ ଭିତରେ ଶୋଇଛି। ଏହି ସମୟରେ ଏକ ଭୋକିଲା ସିଂହର ଆଖି ତା’ ଉପରେ ପଡ଼େ। ସେ ଶିକାର କରିବାକୁ ଧାଇଁଯାଏ। କିନ୍ତୁ କୁମ୍ଭୀରଟି ମଧ୍ୟ କମ୍‌ ନୁହେଁ। ସେ ସିଂହକୁ ସୁଯୋଗ ଦେଉନାହିଁ। ଏହା ଦେଖି ଏକ ସିଂହପଲ ଝପଟି ଆସି ସମସ୍ତେ ତାଙ୍କୁ ଆକ୍ରମଣ କଲେ। କୁମ୍ଭୀର ଆଉ ସିଂହପଲଙ୍କ ମଧ୍ୟରେ କିଛି ସମୟ ଜୋରଦାର ସଂଘର୍ଷ ଚାଲୁଥିବାର ଦେଖିବେ।

ଏହି ଭିଡିଓ କିଛି ଦିନ ପୂର୍ବରୁ @ theanimal.empire ନାମକ ଏକ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରାଯାଇଥିଲା। ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ହଜାର ଲାଇକ୍‌ କରିଛନ୍ତି। ଅଧିକାଂଶ ଲୋକ କୁମ୍ଭୀରର ସାହସକୁ ପ୍ରଶଂସା କରୁଛନ୍ତି ଯେ, ଏତେ ସଂଖ୍ୟକ ସିଂହ ମଧ୍ୟରେ ମଧ୍ୟ ସେ କିପରି ଲଢୁଛି। ଜଣେ ୟୁଜର ଲେଖିଛନ୍ତି, ସିଂହମାନେ ନିଶ୍ଚିତ ଭାବରେ ନିରାଶ ହେବେ। କାରଣ ସେମାନେ କୁମ୍ଭୀରକୁ ଶିକାର କରିବାରେ ସକ୍ଷମ ନୁହନ୍ତି। ଅନ୍ୟ ଜଣେ ମନ୍ତବ୍ୟ ଦେଇଛନ୍ତି, ଜାଗୁଆର ହେଉଛି ଏକମାତ୍ର ବଡ଼ ବିଲେଇ ଯିଏ କୁମ୍ଭୀର ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଏକ ଜାଗୁଆର ଏକ କୁମ୍ଭୀରକୁ ମାରିପାରିବ। ଅନ୍ୟ ଜଣେ କହିଛନ୍ତି, କୁମ୍ଭୀର କମ୍‌ ନୁହେଁ।

Share