‘କଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖି ସଲମାନ କହିଲେ…

ମାର୍ଚ୍ଚ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୯୯୦ରେ କଶ୍ମୀରୀ ପଣ୍ଡିତଙ୍କ ଅସହାୟ ଯନ୍ତ୍ରଣା ଉପରେ ଆଧାରିତ। ଫିଲ୍ମର କାହାଣୀ ଦର୍ଶକଙ୍କ ହୃଦୟକୁ ଛୁଇଁଛି। ଏହି ଫିଲ୍ମଟି ୨୦୦ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ମକୁ ନେଇ ରାଜନେତାଙ୍କଠାରୁ ଆରମ୍ଭ କରି ଅଭିନେତା ସମସ୍ତେ ନିଜର ମତ ଦେଉଛନ୍ତି। ବଲିଉଡ ଇଣ୍ଡଷ୍ଟ୍ରିର କେବଳ କିଛି ତାରକା ‘କାଶ୍ମୀର ଫାଇଲ୍ସ’କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ସଲମାନଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ସଲମାନ ଫିଲ୍ମ ଦେଖସାରିବା ପରେ ‘କାଶ୍ମୀର ଫାଇଲ୍ସ’ରେ ଅଭିନୟ କରଇତତ୍ବା ଅନୁପମ ଖେରଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ। ତାଙ୍କୁ ଏହି ଫିଲ୍ମ ପସନ୍ଦ ଆସିଥିବା ଅନୁପମ କହିଛନ୍ତି। ଅନୁପମ ଖେର ଏବଂ ସଲମାନ ଖାନ ‘ହମ ଆପକେ ହୈ କୌନ’ ଏବଂ ’ପ୍ରେମ ରତନ ଧନ ପାୟୋ’ ସମେତ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି।
ଏହି ସମୟରେ ଅନୁପମ ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମ ଜଗତର ତାରକାମାନେ ‘କାଶ୍ମୀର ଫାଇଲ୍ସ’କୁ ନେଇ କାହିଁକି ଚୁପ ରହିଛନ୍ତି? ଫିଲ୍ମର ସଫଳତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯେତେବେଳେ ଫିଲ୍ମ ‘ଶୋଲେ’ ରିଲିଜ ହୋଇଥିଲା, ସେତେବେଳେ ନିର୍ଦ୍ଦେଶକ ରମେଶ ସିପି ନିଜେ କହିଥିଲେ ଯେ ଏହି ଫିଲ୍ମ ପ୍ରଥମ ତିନି ସପ୍ତାହ ପର୍ଯ୍ୟନ୍ତ ଚାଲି ନ ଥିଲା। ଏହି ଚଳଚ୍ଚିତ୍ରଟି ପ୍ରଥମେ ଫ୍ଲପ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ତିନି ସପ୍ତାହ ପରେ ଫିଲ୍ମଟି ଏକ ଜବରଦସ୍ତ ପ୍ରତିକ୍ରିୟା ପାଇଲା। ସମସ୍ତେ ଏହା ଜାଣନ୍ତି। କଶ୍ମୀର ପାଇଲ୍‌କୁ ମଧ୍ୟ ସେମିତି ପ୍ରତିକ୍ରିୟା ମିଳିଛି।
‘କାଶ୍ମୀର ଫାଇଲ୍ସ’ର ରିଲିଜ ହେବାର ୧୬ ଦିନ ବିତିଗଲାଣି। ଫିଲ୍ମଟି ଭଲ ଆୟ କରୁଛି। ଏହି ଫିଲ୍ମଟି ମାତ୍ର ୧୫ ରୁ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା, କିନ୍ତୁ ଆଜି ଏହି ଫିଲ୍ମ ୨୦୦ କୋଟି କ୍ଲବରେ ଯୋଗ ଦେଇଛି। ଏହି ଫିଲ୍ମଟି ଏପର୍ଯ୍ୟନ୍ତ ୨୧୯ କୋଟି ଟଙ୍କା ଆୟ କଲାଣି।

Share