ବିବାହ ପରେ ପ୍ରଥମ ଭାଲେଣ୍ଟାଇନ ଡେ’କୁ ମନାନ୍ତୁ ଏମିତି

ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଇଁ ସ୍ତ୍ରୀ-ସ୍ବାମୀ ଉଭୟଙ୍କ ମନରେ ଏକ ଭିନ୍ନ ଉତ୍ସାହ ଥାଏ। କାରଣ ସେମାନେ ପ୍ରଥମ ଥର ଗୋଟିଏ ଘରେ, ଏହି ପ୍ରେମ ସପ୍ତାହକୁ ଏକାଠି ପାଳନ କରିବେ। ସମସ୍ତେ ଚାହାନ୍ତି ଏହି ପ୍ରଥମ ଭାଲେଣ୍ଟାଇନ୍ସ ଡେ ସ୍ମରଣୀୟ ହେଉ। ମାତ୍ର ପ୍ରଶ୍ନ ଉଠେ ଏହାକୁ କିପରି ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିହେବ। ଜାଣନ୍ତୁ କେଉଁ ଉପାୟ ଦ୍ୱାରା ପ୍ରଥମ ଭାଲେଣ୍ଟାଇନ୍ସ ଡେକୁ ସବୁଦିନ ପାଇଁ ସ୍ମରଣୀୟ କରିପାରିବେ।

ତକିଆ ପାଖରେ ଉପହାର ରଖନ୍ତୁ
ଯଦି ଆପଣ ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ସ ଡେ’ ପାଳନ କରୁଛନ୍ତି। ଜୀବନସାଥୀଙ୍କୁ ସ୍ବତନ୍ତ୍ର ଅନୁଭବ କରିବାକୁ ଚାହାନ୍ତି ତେବେ ସେ ଶଯ୍ୟା ଛାଡିବା ପୂର୍ବରୁ ତକିଆ ନିକଟରେ ଏକ ସୁନ୍ଦର ଉପହାର ରଖନ୍ତୁ। ଜୀବନସାଥୀ ଉଠିବା ପରେ ଏହାକୁ ଦେଖି ବେଶି ଖୁସି ହୋଇଯିବେ।

ଅପରିଚିତ ବ୍ୟକ୍ତିଙ୍କ ହାତରେ ଗୋଲାପ ପଠାନ୍ତୁ
ଏହି ସମୟକୁ ସ୍ବତନ୍ତ୍ର କରିବା ପାଇଁ, ଜୀବନସାଥୀଙ୍କ ପାଖକୁ ଅପରିଚିତ ବ୍ୟକ୍ତିଙ୍କ ହାତରେ ଏକ ଗୋଲାପ ଓ ସୁନ୍ଦର ବାର୍ତ୍ତା ପଠାନ୍ତୁ।

ସୋସିଆଲ ମିଡିଆ
ଏହି ଦିନ ତୁମେ ସୋସିଆଲ ମିଡିଆରେ ତୁମର ଏବଂ ଜୀବନସାଥୀଙ୍କ ଫଟୋ ଡିପି ରଖିଲେ ସେ ବହୁତ ଖୁସି ହେବେ।

କ୍ୟାଣ୍ଡେଲ ନାଇଟ୍‌ ଡିନର
ଜୀବନସାଥୀଙ୍କୁ କ୍ୟାଣ୍ଡେଲ ନାଇଟ୍‌ ଡିନରରେ ନିଅନ୍ତୁ କିମ୍ବା ଘରେ ଏହା ପାଳନ କରନ୍ତୁ।