ଏହି ଭଳି ହେବ ଭିକି- କାଟ୍ରିନାଙ୍କ ଗ୍ରାଣ୍ଡ୍‌ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଆଜି ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି। ରାଜସ୍ଥାନର ସାୱାଇ ମାଧୋପୁରର ଫୋର୍ଟ ବାରୱାରାର ସିକ୍ସ ସେନ୍ସ ରିସର୍ଟରେ ବିବାହ କରିବେ ଏହି ଯୋଡି।
ଏହି ଲଭ୍‌ ବାର୍ଡଙ୍କର ବିବାହ ସବୁ କ୍ଷେତ୍ରରେ ଗ୍ରାଣ୍ଡ୍‌ ହେବାକୁ ଯାଉଛି। ତେବେ କାଟ୍ରିନା ଏବଂ ଭିକି ମଣ୍ଡପକୁ ନିଜ ନିଜ ଗ୍ରାଣ୍ଡ୍‌ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି କରିସାରିଛନ୍ତି। କାଟ୍ରିନା ଏକ ଝୁଲଣାରେ ପ୍ରବେଶ କରିବେ। ପାରମ୍ପାରିକ ଭାରତୀୟ ଝୁଲଣା ରିସର୍ଟ ଭିତରେ ରଖାଯାଇଛି। ସେହିପରି ଭିକି ମଧ୍ୟ ସାତୋଟି ଧଳା ଘୋଡା ବିଶିଷ୍ଟ ଗାଡିରେ ଗ୍ରାଣ୍ଡ୍‌ ଏଣ୍ଟ୍ରି କରିବେ ବୋଲି ଶୁଣାଯାଉଛି।

ବୁଧବାର ତାଙ୍କର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେଥିରେ ମାତ୍ର୨୦ ଜଣ ଅତିଥି ଯୋଗ ଦେଇଥିବା ବେଳେ ୯୦ ରୁ ଅତିଥିଙ୍କ ଉପସ୍ଥିତିରେ ସଙ୍ଗୀତ ଉତ୍ସବ ହୋଇଥିବା ଦେଖିବାକୁ ମିଳିଥିଲା। ତାଙ୍କ ବିବାହକୁ ସେ ସମ୍ପୂର୍ଣ୍ଣ ପ୍ରାଇଭେଟ୍‌ ରଖିବାକୁ ଚାହାନ୍ତି। ଉତ୍ସବରେ ଅତିଥିଙ୍କ ପାଇଁ ଫୋନ ଅନୁମତି ନାହିଁ। କେହି ଫଟୋ ମଧ୍ୟ ଉଠାଇ ପାରିବେ ନାହିଁ କି କେହି ସୋସିଆଲ ମିଡିଆରେ ଫଟୋ ଶେୟାର କରିପାରିବେ ନାହିଁ। ଆଉ ଅତିଥିମାନଙ୍କ ପାଇଁ ମଧ୍ୟ ଆରଟିଫିସିଆର ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

 

Share