ଭାରତୀୟ ଅଧିନାୟକ ବିରାଟ କୋହଲି ଫିଟନେସକୁ ନେଇ ବହୁତ ଗମ୍ଭୀର। ସେ ଫିଟ ରହିବାକୁ ସାଥୀ ଖେଳାଳିଙ୍କୁ ମଧ୍ୟ କୁହନ୍ତି। ଭାରତୀୟ ଦଳ ଆଗାମୀ ଇଂଲଣ୍ଡ ଗସ୍ତ ଯିବା ପୂର୍ବରୁ ମୁମ୍ବାଇରେ କ୍ୱାରାଣ୍ଟାଇନ୍ରେ ଅଛି। ଦଳ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ ଯିବ। ସେଠାରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ବ୍ୟତୀତ ଇଂଲଣ୍ଡ ସହପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। କୋହଲି ଫାଇନାଲ ଜିତି ପ୍ରଥମ ଆଇସିସି ଟ୍ରଫି ଜିତିବାକୁ ଚାହୁଁଛନ୍ତି।
ନିକଟରେ ବିରାଟ କୋହଲି ସୋସିଆଲ ମିଡିଆରେ ଏକ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ କରିଥିଲେ। ପ୍ରଶଂସକମାନେ କୋହଲିଙ୍କୁ ସମସ୍ତ ପ୍ରକାର ପ୍ରଶ୍ନ ପଚାରିଥିଲେ। ଏଥିରେ ସେ ତାଙ୍କ ଫିଟନେସ ବିଷୟରେ ମଧ୍ୟ ଉତ୍ତର ଦେଇଥିଲେ। ଡାଏଟରେ କ’ଣ ନିଅନ୍ତି ବୋଲି ଜଣେ ପ୍ରଶଂସକ ପ୍ରଶ୍ନ କରିଥିଲେ। କୋହଲି ଉତ୍ତର ଦେଇ କହିଥିଲେ, ବହୁ ପନିପରିବା, କିଛି ଅଣ୍ଡା, ୨ କପ କଫି, ଡାଲି, କିନୋଆ, ପାଳଙ୍ଗ ଏବଂ ଦୋସା ଖିବାକୁ ପସନ୍ଦ କଲେ କିନ୍ତୁ କିନ୍ତୁ ସୀମିତ ପରିମାଣରେ ବୋଲି ସେ କହିଛନ୍ତି। ଜଣେ ପ୍ରଶଂସକ ପଚାରିଲେ ଗୋଟିଏ ଦିନରେ କଣ କଣ ଖାଅ। ବିରାଟ କୋହଲି ଏହା ଉପରେ କହିଛନ୍ତି, ଅନେକ ଭାରତୀୟ ଖାଦ୍ୟ ଯାହା ସାଧାରଣ ଉପାୟରେ ତିଆରି ହୁଏ ଏବଂ ବେଳେବେଳେ ଚାଇନିଜ ମଧ୍ୟ ଖାଏ। ବାଦାମ, ପ୍ରୋଟିନ ବାର୍ ଏବଂ ଫଳ ଦୈନନ୍ଦିନ ଖାଦ୍ୟରେ ସାମିଲ କରେ ବୋଲି ସେ କହିଛନ୍ତି।