Categories: ଜାତୀୟ

ଏହା ନୁହେଁ ମୋଦିଙ୍କ ପରାଜୟ: ବୋମ୍ମାଇ…

ବେଙ୍ଗାଲୁରୁ,୧୪।୫ : କର୍ନାଟକ ନିର୍ବାଚନ ଫଳାଫଳରେ ଯେଉଁଠାରେ କଂଗ୍ରେସ ରବିବାର ବେଙ୍ଗାଲୁରୁରେ ଦଳର ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଲୋଚନା କରିବାକୁ ଯାଉଛି। ଅପରପକ୍ଷରେ ପରାଜୟ ପରେ ଭାଜପା ନେତା ତଥା କର୍ନାଟକର ବିଦାୟୀ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତାଙ୍କର ପରାଜୟକୁ ଗ୍ରହଣ କରି ସେ କହିଛନ୍ତି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାଜୟ ନୁହେଁ, ସେ ଜଣେ ଜାତୀୟ ନେତା।

ଦଳର ରାଜ୍ୟ ସଭାପତି ନାଲିନ କାଟେଲ ଇସ୍ତଫା ଦେବେ ନାହିଁ ବୋଲି ଦାବି କରି ସେ କହିଛନ୍ତି, ନାଲିନ କେଟେଲ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବେ ନାହିଁ। ପାର୍ଟି କାର୍ଯ୍ୟାଳୟରେ ଥିବା କିଛି ବିଧାୟକ ପ୍ରକାଶ କରିଛନ୍ତି, ଆମେ ଆମର ପରାଜୟକୁ ଗ୍ରହଣ କରୁଛୁ। ମୋଦି ପରାଜିତ ହୋଇ ନାହାନ୍ତି। ସେ ଜଣେ ଜାତୀୟସ୍ତରର ନେତା। ସମଗ୍ର ଦେଶରେ କଂଗ୍ରେସ ପରାସ୍ତ ହୋଇଛି।

ରାଜ୍ୟ ସଭାପତିଙ୍କ ସହ ଆଲୋଚନା ପରେ ବୋମ୍ମାଇ କହିଛନ୍ତି ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସେ କହିଛନ୍ତି ଆମର ରାଜ୍ୟ ସଭାପତିଙ୍କ ସହ ଆମର ଏକ ଅନୌପଚାରିକ ବୈଠକ ହୋଇଥିଲା ଯେଉଁଥିରେ ଆମେ କିଛି ପ୍ରସଙ୍ଗ ଉପରେ ଆଲୋଚନା କରିଥିଲୁ। ଖୁବ ଶୀଘ୍ର ନିର୍ବାଚିତ ପ୍ରତିନିଧୀ ତଥା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଲୋକଙ୍କୁ ଡାକିବୁ। ଏହି ପରାଜୟ ପରେ ଆମେ ଏକ ଗଭୀର ବିଶ୍ଳେଷଣ କରିବୁ। ଦଳ ଲୋକସଭା ନିର୍ବାଚନରେ କ୍ଷମତାକୁ ନିଶ୍ଚୟ ଆସିବ। ପୁନର୍ବାର ଫେରିବା ପାଇ ଆମର କାର୍ଯ୍ୟରେ ସଂଶୋଧନ କରାଯିବ।

ହିନ୍ଦୁତ୍ୱ ପାଇଁ ଦଳ କେବେ ଲଢ଼ି ନାହିଁ। ଆମେ କେବଳ ଡବଲ ଇଞ୍ଜିନ ସରକାରଙ୍କ ବିକାଶ କାର୍ଯ୍ୟରେ ପାଇଁ ଲଢ଼ି ଥିଲୁ। ପରାଜୟ ପାଇଁ ଚାରି କିମ୍ବା ପାଞ୍ଚଟି କାରଣ ଥାଇପାରେ। ଆମକୁ ତୃଣମୂଳ ସ୍ତରକୁ ଯିବାକୁ ପଡିବ ଏବଂ ଦେଖିବାକୁ ହେବ। ଆମେ ବର୍ତ୍ତମାନ ଏନେଇ କୌଣସି ସିଦ୍ଧାନ୍ତରେ ଆସିପାରି ନାହୁଁ।

Share