Posted inଜାତୀୟ

‘ଏହା ସୁପ୍ରିମକୋର୍ଟଙ୍କ ପାଇଁ ଠିକ ନୁହେଁ’, ଏମିତି କହି କାହିଁକି ଆଶ୍ଚର୍ଯ୍ୟ ପ୍ରକଟ କଲେ କପିଲ ସିବଲ

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର (ସେପ୍ଟେମ୍ବର ୧୧)ରେ ନୂଆଦିଲ୍ଲୀରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ଘରେ ଗଣେଶ ପୂଜା ସମାରୋହରେ ଯୋଗ ଦେଇଥିଲେ। ବର୍ତ୍ତମାନ ବିରୋଧୀ ଦଳ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ରାଜ୍ୟ ସଭା ଏମପି ତଥା ସୁପ୍ରିମକୋର୍ଟ ବାର ଆସୋସିଏସନ ସଭାପତି କପିଲ ସିବଲ ଗୁରୁବାର କହିଛନ୍ତି, ମୁଁ ସୋସିଆଲ ମିଡିଆରେ କିଛି ଭାଇରାଲ ଫଟୋ ଦେଖିଲି ଏବଂ ସତ କହିବାକୁ ଗଲେ ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ୫୦ ବର୍ଷରୁ ଅଧିକ ସମୟ ହେବ ମୁଁ ସୁପ୍ରିମକୋର୍ଟ ଏବଂ ଏହି ସଂଗଠନରେ ଅଛି। ଭାଇରାଲ ହେଉଥିବା ଏହି କ୍ଲିପ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି। ଏହା ସୁପ୍ରିମକୋର୍ଟଙ୍କ ପାଇଁ ଠିକ ନୁହେଁ।
ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି କପିଲ ସିବଲ ଆହୁରି କହିଛନ୍ତି, କୌଣସି ସରକାରୀ ଅଧିକାରୀ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ପ୍ରଚାର କରିବା ଉଚିତ୍‌ ନୁହେଁ। ମୁଁ ନିଶ୍ଚିତ ଯେ ବୋଧହୁଏ ସିଜେଆଇ ଜାଣିବେ ନାହିଁ ଯେ ଏହା ପ୍ରଚାର କରାଯାଉଛି, ଏପରି ଏକ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ିଦିଅନ୍ତୁ। ଏଥିରେ ଆଗ୍ରହ ଦେଖାଇଲେ ଯଦି ଏହା ବିଷୟରେ ଗୁଜବ ଅଛି, ତେବେ ଅନୁଷ୍ଠାନ ପାଇଁ ଏହା ଠିକ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କ ପରିବାରକୁ ୯ ଲକ୍ଷ ଜରିମାନା, ଜାଣନ୍ତୁ କ’ଣ ପାଇଁ ଜରିମାନା…

ଝୁନ୍‌ଝୁନୁ,୨୨ା୧୨: ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚି ସେମାନଙ୍କୁ ଅଟକାଇଥିଲା।...

ଇଚ୍ଛାମୃତ୍ୟୁ ଦାବି କରିଥିବା କୃଷକଙ୍କୁ ୯.୯୧ ଲକ୍ଷ ଟଙ୍କା ଜରିମାନା:ଜାଣନ୍ତୁ କାହିଁକି

ଝୁନ୍‌ଝୁନୁ,୨୨ା୧୨:ଇଚ୍ଛାମୃତ୍ୟୁ ଦାବି କରୁଥିବା ରାଜସ୍ଥାନ ଝୁନ୍‌ଝୁନୁ ଜିଲାର ଜଣେ କୃଷକ ଓ ତାଙ୍କ ପରିବାର ଆତ୍ମଦାହ ଉଦ୍ୟମ କରୁଥିବାବେଳେ ପୋଲିସ ପହଞ୍ଚତ୍ ସେମାନଙ୍କୁ ଅଟକାଇଥିଲା। ଶ୍ରୀ...

ବଢିଲା ରାହୁଲ ଗାନ୍ଧୀଙ୍କ ଅଡ଼ୁଆ: ସମନ ପଠାଇଲେ କୋର୍ଟ

ବରେଲି,୨୨ା୧୨:ଲୋକ ସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ...

ଆଲୁ ଅର୍ଜୁନଙ୍କ ଘର ଉପରକୁ ପଥର ମାଡ଼

ହାଇଦ୍ରାବାଦ୍‌,୨୨।୧୨: ଅଭିନେତା ଆଲୁ ଅର୍ଜୁନଙ୍କ ହାଇଦ୍ରାବାଦର ଜୁବୁଲି ହିଲ୍ସ ଘର ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ପଥର ମାଡ କରିଛନ୍ତି। ଜେଏସି ନେତାମାନେ ଏହି କାଣ୍ଡ...

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ

ବାରାଣସୀ, ୨୨।୧୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଚେତଗଞ୍ଜ ଥାନା ରାମକୋଟରାସ୍ଥିତ ଏକ ହୋଟେଲର ତୃତୀୟ ମହଲାରୁ ଶୁକ୍ରବାର ଫୁର୍କନ ନାମକ ଜଣେ ଯୁବକ(୨୩) ନିଜ ପ୍ରେମିକା...

କେମିତି ଅଛନ୍ତି ପ୍ରତାପ ଷଡଙ୍ଗୀ, ମୁକେଶ ରାଜପୁତ? ଅପଡେଟ ଦେଲା ହସ୍ପିଟାଲ

ନୂଆଦିଲ୍ଲୀ,୨୨।୧୨: ସଂସଦ ବାହାରେ ଝଗଡା ପରେ ଉଭୟ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri