ଏମିତି ରହିଛି ସଲମାନଙ୍କ ଭାଲେଣ୍ଟାଇନ୍‌ ପ୍ଲାନ୍‌

ମୁମ୍ବାଇ: ବଲିଉଡ୍‌ର ବ୍ୟାଚଲର ହିରୋ ତଥା ଦବଙ୍ଗ ଖାନ୍‌ ସଲମାନ ଭାଲେଣ୍ଟାଇନ୍‌ କେମିତି ପାଳିବେ ପ୍ରଶଂସକମାନେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି। ସଲମାନ ଏକ ମ୍ୟୁଜିକ୍‌ ଶୋ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଜଣେ ଖବରଦାତା ତାଙ୍କୁ ତାଙ୍କର ଭାଲେଣ୍ଟାଇନ୍‌ ଡେ ଯୋଜନା ସମ୍ପର୍କରେ ପଚାରିଥିଲେ। ଏହା ଶୁଣି ସଲମାନ ବେଶ୍‌ ହାସ୍ୟ ଢଙ୍ଗରେ କହିଥିଲେ, ଭାଲେଣ୍ଟାଇନ୍‌ ଡେ ସହ ମୋର କୌଣସି ଲେଣଦେଣ ନାହିଁ। ସେ କହିଛନ୍ତି, ଏହି ସ୍ବତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ଭଗବାନ ଆଶୀର୍ବାଦ କରନ୍ତୁ। ସମସ୍ତେ ସୁରକ୍ଷିତ ରୁହନ୍ତୁ ବୋଲି ସେ କାମନା କରିଛନ୍ତି।

Share