ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି ସିବିଆଇ। ଘଟଣାରେ ରିୟା ଚର୍କବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଗଣାଯାଉଛି। ଏପରିସ୍ଥଳେ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଇ ଚର୍ଚ୍ଚାକୁ ଆସିଛନ୍ତି ରିୟା। ଏଥିରେ ସେ ପାଲାଜୋ ମାଗ୍ନାନି ଫେରୋନି ହୋଟେଲ ନାଁ ନେଇଥିଲେ। ସୁଶାନ୍ତ ଏବଂ ସେ ଇଟାଲୀ ଯାଇଥିବା ବେଳେ ଉକ୍ତ ହୋଟେଲରେ ରହିଥିଲେ। ସେଠାରେ ପହଞ୍ଚିବା ପରେ ହୋଟେଲର ନିର୍ମାଣ ତାଙ୍କୁ ଅଜବ ଲାଗିଥିଲା। ହୋଟେଲର ସବୁ କୋଠରୀ କାନ୍ଥରେ ଫଟୋ ଲାଗିଥିଲା। ସେଠାରେ ତାଙ୍କୁ ଡର ଲାଗିଥିଲା। ସୁଶାନ୍ତ ସବୁ ଠିକ୍ ଥିବା କହିଥିଲେ। ହେଲେ ସେ ରାତିରେ ଶୋଇ ପାରି ନ ଥିଲେ। ସେହିଦିନ ରାତିରୁ ସୁଶାନ୍ତ ଅସୁସ୍ଥ ହୋଇଯାଇଥିଲେ। ଏପରିକି ସେ କୋଠରୀରୁ ବାହାରକୁ ଆସିବାକୁ ଚାହୁଁ ନ ଥିଲେ।
୧୫ତମ ଶତାବ୍ଦିରେ ନିର୍ମିତ ଏହି ହୋଟେଲରେ ଫ୍ଲୋରେନ୍ସରେ ରହିଛି। ଫ୍ଲୋରେଟାଇନ୍ ଷ୍ଟାଇଲ୍ରେ ଏହାକୁ ନିର୍ମାଣ କରାଯାଇଛି। ସାଜସଜ୍ଜାରେ ୧୬ତମ ଶତାବ୍ଦିରର ମୂର୍ତ୍ତୀ, ପେଣ୍ଟିଂ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରାଯାଇଛି। ଇଟାଲୀର ପ୍ରମୁଖ ହୋଟେଲ ମଧ୍ୟରୁ ଏହା ଗୋଟିଏ। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ଏହା ବେଶ୍ ଆକର୍ଷିତ କରେ। ଏହି ହୋଟେଲର କିଛି ଝଲକ ଦେଖନ୍ତୁ…