Categories: ଖେଳ

ସୁପର-୧୨ ଗ୍ରୁପ୍‌ର ଚିତ୍ର ସ୍ପଷ୍ଟ: କିଛି ଏଭଳି ରହିଛି ଟିମ୍‌ ଇଣ୍ଡିଆର ସମ୍ପୂର୍ଣ୍ଣ ମ୍ୟାଚ୍‌ ବିବରଣୀ

ମେଲବୋର୍ନ,୨୧।୧୦: ଟି୨୦ ବିଶ୍ୱକପ୍‌ର ଅନ୍ତିମ କ୍ୱାଲିଫାଇଂ ମୁକାବିଲା ପରେ ସୁପର-୧୨ ଗ୍ରୁପକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଗ୍ରୁପ୍‌-ଏରୁ ଶ୍ରୀଲଙ୍କା ଏବଂ ନେଦରଲ୍ୟାଣ୍ଡ ଟିମ୍‌ ଏହି ଟିକେଟ ହାସଲ କରିଥିବା ବେଳେ ଅପ୍ରତ୍ୟାଶିତ ଭାବେ ଗ୍ରୁପ୍‌-ବିରୁ ଜିମ୍ବାଓ୍ବେ ଏବଂ ଆୟରଲ୍ୟାଣ୍ଡ ଟିମ୍‌ ଏହି ଗ୍ରୁପ୍‌ରେ ପହଞ୍ଚିବାରେ ସଫଳ ହୋଇଛି। ଏମିତିରେ ଏବେ ସୁପର-୧୨ ଗ୍ରୁପ୍‌-୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଆୟରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ଟିମ୍‌ ମଧ୍ୟରେ ସେମିଫାଇନାଲ ଲାଗି ମୁକାବିଲା ହେବ। ସେହିଭଳି ଗ୍ରୁପ୍‌-୨ରେ ବାଲାଂଦେଶ, ଭାରତ, ନେଦରଲ୍ୟାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାଓ୍ବେ ଟିମ୍‌ ମଧ୍ୟରେ ପ୍ରଥମ ସ୍ଥାନରେ ରହିବା ଲାଗି କଡ଼ା ମୁକାବିଲା ଦେଖିବାକୁ ମିଳିବ।

ଭାରତୀୟ ଟିମ୍‌ ନିଜର ଅଭିଯାନ ଅକ୍ଟୋବର ୨୩ରୁ ମେଲବୋର୍ନରେ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ। ଏହାପରେ ଦଳ ଅକ୍ଟୋବର ୨୭ରେ ନେଦରଲ୍ୟାଣ୍ଡ , ଅକ୍ଟୋବର ୩୦ରେ ଦକ୍ଷିଣ ଆଫ୍ରିକା , ନଭେମ୍ବର ୨ରେ ବାଲାଂଦେଶ  ଏବଂ ନଭେମ୍ବର ୬ରେ ଜିମ୍ବାଓ୍ବେ ବିପକ୍ଷରେ ମ୍ୟାଚ୍‌ ଖେଳିବ।

-ଅକ୍ଟୋବର ୨୩-ପାକିସ୍ତାନ-ମେଲବୋର୍ନ-ଅପରାହ୍ନ ୧.୩୦
-ଅକ୍ଟୋବର ୨୭-୨୦୨୨-ନେଦରଲ୍ୟାଣ୍ଡ-ସିଡନୀ-ଅପରାହ୍ନ ୧୨.୩୦
-ଅକ୍ଟୋବର ୩୦- ଦକ୍ଷିଣ ଆଫ୍ରିକା-ପର୍ଥ-ଅପରାହ୍ନ ୪.୩୦
-ନଭେମ୍ବର ୨-ବାଲାଂଦେଶ-ଅପରାହ୍ନ ୧.୩୦
-ନଭେମ୍ବର ୬-ଜିମ୍ବାଓ୍ବେ-ମେଲବୋର୍ନ-ଅପରାହ୍ନ ୧.୩୦

Share