Posted inଜାତୀୟ

ନୂଆ ଆଇନରେ ରୁଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ,୧ା୭: ଆଜିଠୁ ଦେଶରେ ଲାଗୁ ହୋଇଛି ୩ ନୂଆ ଆଇନ। ତେବେ ଏହି ଆଇନ ଲାଗୁ ହେବା ପରେ ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ ଏଫ୍‌ଆଇର ବା ମାମଲା ଦିଲ୍ଲୀରେ ରୁଜୁ ହୋଇଛି। ଦିଲ୍ଲୀ କମଳା ମାର୍କେଟ୍‌ ଥାନାରେ ଜଣେ ଭେଣ୍ଡରଙ୍କ ନାମରେ ମାମଲା ରୁଜୁ ହୋଇଛି। ଏକ ଫୁଟ୍‌ ଓଭରବ୍ରିଜ ଅବରୋଧକୁ ନେଇ ଏହି ମାମଲା ରୁଜୁ ହୋଇଛି।

ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ପୋଲିସ ଟିମ୍‌ ଜଣେ ବ୍ୟକ୍ତି ନୂଆଦିଲ୍ଲୀ ରେଳ ଷ୍ଟେଶନ ନିକଟରେ ରାସ୍ତା ମଝିରେ ପାଣି ଏବଂ ଗୁଟଖା ବିକ୍ରି କରୁଥିଲେ। ଏହି କାରଣରୁ ଯାତାୟାତରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ପରେ ପୋଲିସ ବିଏନ୍‌ଏସ ଅଧୀନରେ ଏହି ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର ପଞ୍ଜୀକରଣ କରିଥିଲା।

ପୋଲିସ ତାଙ୍କ ନାମ ଏବଂ ଠିକଣା ପଚାରି ନୂତନ ଆଇନ ବିଏନ୍‌ଏସ୍‌ର ଧାରା ୨୮୫ ଅନୁଯାୟୀ ଏଫ୍‌ଆଇଆର୍‌ ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିଥିଲା। ଏହି ନିୟମ ଅନୁଯାୟୀ ଏହା ପ୍ରଥମ ଏଫ୍‌ଆଇଆର୍‌।

ବ୍ରିଟିଶ ଅମଳରୁ ଚାଲିଆସିଥିବା ଭାରତୀୟ ଦଣ୍ଡ ସଂହିତା(ଆଇପିସି), ଫୌଜଦାରି ଅପରାଧ ସଂହିତା (ସିଆର୍‌ପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ କାର୍ଯ୍ୟକାରୀ ହୋଇଛି।

ନୂଆ ଆଇନ ଏକ ଆଧୁନିକ ନ୍ୟାୟିକ ବ୍ୟବସ୍ଥା ଆଣିବ, ଯେଉଁଥିରେ ଜିରୋ ଏଫ୍‌ଆଇଆର୍‌ ଅର୍ଥାତ୍‌ ଯେକୌଣସି ଥାନାରେ ଏତଲା ଦାଏର କରାଯାଇପାରିବ। ଏପରିକି ଅନ୍‌ଲାଇନରେ ପୋଲିସରେ ଅଭିଯୋଗ ଦାଏର କରାଯିବା ସହ ଏସ୍‌ଏମ୍‌ଏସ୍‌ ଭଳି ଅନ୍‌ଲାଇନ ମୋଡ୍‌ରେ ସମନ ଜାରି କରାଯିବ। ସମସ୍ତ ଜଘନ୍ୟ ଅପରାଧ କ୍ରାଇମ୍‌ ସିନ୍‌ର ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ କରାଯିବ। ବର୍ତ୍ତମାନର ସମାଜରେ ପ୍ରଚଳିତ ଥିବା କେତେକ ସାମାଜିକ ବାସ୍ତବତା ଏବଂ ଅପରାଧକୁ ରୋକିବାରେ ଏହା ସହାୟକ ହେବା ସହ ନ୍ୟାୟପାଳିକାକୁ ପ୍ରଭାବୀ କରିବାରେ ଉପଯୁକ୍ତ ବ୍ୟବସ୍ଥା ଯୋଗାଇଦେବ। ଗତବର୍ଷ ଡିସେମ୍ବର ୨୧ରେ ୩ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହେବା ପରେ ଡିସେମ୍ବର ୨୬ରେ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହୋଇଥିଲା। ନୂଆ ଆଇନ ଅନୁଯାୟୀ ଆପରାଧିକ ମାମଲାରେ ଶୁଣାଣି ଶେଷ ହେବାର ୪୫ ଦିନ ମଧ୍ୟରେ ରାୟ ଆସିବ। ପ୍ରଥମ ଶୁଣାଣିର ୬୦ ଦିନ ମଧ୍ୟରେ ଚାର୍ଜଫ୍ରେମ୍‌ ହେବା ବାଧ୍ୟତାମୂଳକ ହେବ। ବଳାତ୍କାର ପୀଡ଼ିତାଙ୍କ ବୟାନ ଜଣେ ମହିଳା ପୋଲିସ ଅଫିସର ରେକର୍ଡ କରିବେ। ଏହି ସମୟରେ ପୀଡ଼ିତାଙ୍କ ଅଭିଭାବକ କିମ୍ବା ସମ୍ପର୍କୀୟ ଉପସ୍ଥିତ ରହିବେ। ଡାକ୍ତରୀ ରିପୋର୍ଟ ୭ ଦିନ ମଧ୍ୟରେ ଦେବାକୁ ହେବ। ନୂଆ ଆଇନରେ ସଂଗଠିତ ଅପରାଧ ଏବଂ ଆତଙ୍କବାଦୀ କାର୍ଯ୍ୟର ସଂଜ୍ଞା ନିରୂପଣ କରାଯାଇଛି। ଏଥିରେ ରାଜଦ୍ରୋହ ସ୍ଥାନରେ ଦେଶଦ୍ରୋହ ଶବ୍ଦ ବ୍ୟବହାର କରାଯାଇଛି ଏବଂ ସମସ୍ତ ତଲାସି ତଥା ଜବତ ଘଟଣାର ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ ହୋଇଛି। ନୂଆ ଆଇନରେ ମହିଳା ଏବଂ ଛୋଟ ପିଲାଙ୍କ ପ୍ରତି ଅପରାଧକୁ ଏକ ନୂଆ ଅଧ୍ୟାୟରେ ସାମିଲ କରାଯାଇଛି। ଶିଶୁ କିଣାବିକାକୁ ଏଥିରେ ଜଘନ୍ୟ ଅପରାଧ ଦର୍ଶାଯାଇଛି। ନାବାଳିକାଙ୍କୁ ଗଣବଳାତ୍କାର ମାମଲାରେ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ, ହତ୍ୟା ଏବଂ ରାଷ୍ଟ୍ର ବିରୋଧୀ ଅପରାଧକୁ ନୂଆ ଆଇନରେ ପ୍ରାଧାନ୍ୟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ ବର୍ଷାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ବୟାନ, କହିଲେ…

ମୁମ୍ବାଇ,୮ା୭: ପ୍ରବଳ ବର୍ଷାରେ ମୁମ୍ବାଇର ସ୍ଥିତି ବେହାଲ ହୋଇପଡ଼ିଛି। ଏହି ବର୍ଷାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ରବିବାର ରାତିରୁ ମୁମ୍ବାଇରେ ୩୦୦...

ଋତୁସ୍ରାବ ଜନିତ ମାସିକ ଛୁଟିକୁ ନେଇ ବଡ଼ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୭: ଋତୁସ୍ରାବ ଜନିତ ମାସିକ ଛୁଟି ନେଇ ଦୀର୍ଘ ଦିନ ହେବ ଏକ ବିତର୍କ ଚାଲିଛି। ସୁପ୍ରିମକୋର୍ଟ ସୋମବାର ଏନେଇ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି।...

ମମତା ସରକାରଙ୍କୁ ବଡ ଝଟକା

କୋଲକାତା,୮।୭: ସୋମବାର ସୁପ୍ରିମକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଥିବା ବଙ୍ଗଳା ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ...

‘ସିଏମ ସାର୍‌ ଆପଣଙ୍କ ସହ ଫଟୋ ଉଠାଇଥାଆନ୍ତି’…

କରନାଲ,୮।୭: ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ହଠାତ୍‌ କରନାଲର ସେକ୍ଟର ୨ରେ ଥିବା ଅଟଳ ପାର୍କରେ ପହଞ୍ଚିଥିଲେ। ସେ ଏକ ସରପ୍ରାଇଝ ଭିଜିଟ କରିବାକୁ...

ଫ୍ଲୋର ଟେଷ୍ଟରେ ବିଜୟୀ ହେଲେ ହେମନ୍ତ ସୋରେନ

ରାଞ୍ଚି,୮।୭: ସୋମବାର ଠାରୁ ଝାଡ଼ଖଣ୍ଡ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ଟ୍ରଷ୍ଟ ଭୋଟ ଜିତିଛନ୍ତି। ହେମନ୍ତ...

ସୁପ୍ରିମକୋର୍ଟରେ ପହଞ୍ଚିଲେ ମନୀଷ ସିସୋଡିଆ

ନୂଆଦିଲ୍ଲୀ,୮ା୭: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ଏଏପି ନେତା ମନୀଷ ସିସୋଡିଆ ପୁଣିଥରେ ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି। ମାମଲାର ଶୁଣାଣିରେ ବିଳମ୍ବ...

ରୁଷିଆ ଗସ୍ତ ପୂର୍ବରୁ ବଡ଼ କଥା କହିଦେଲେ ମୋଦି

ନୂଆଦିଲ୍ଲୀ/ମସ୍କୋ,୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆ ଏବଂ ଅଷ୍ଟ୍ରିଆ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ-ରୁଷିଆ ସମ୍ପର୍କ ଉପରେ ଆଲୋକପାତ...

ଜନ୍ମଦିନରେ ପୋଷା କୁକୁରକୁ ୨.୫ କୋଟିର ସୁନା ଚେନ୍‌ ଉପହାର

ମୁମ୍ବାଇ:କୁହାଯାଏ କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ। ମୁମ୍ବାଇର ସରିତା ସଲଦାନ୍‌ହା ନାମ୍ନୀ ଜଣେ ମହିଳା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। ସେ ରବିବାର ନିଜର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri