ଦୁନିଆର ପ୍ରତିଟି ଦେଶର ନିଜର ଜାତୀୟ ପଶୁ ରହିଛି। ହେଲେ ଏଭଳି ଏକ ମାଂସାହାରୀ ପ୍ରାଣୀ ରହିଛି ଯିଏକି ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୫ ଦେଶର ଜାତୀୟ ପଶୁ ମାନ୍ୟତା ପାଇଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ଗ୍ରେଟ୍ ବ୍ରିଟେନ୍, ସିଙ୍ଗାପୁର, ନେଦରଲ୍ୟାଣ୍ଡ, ଡେନମାର୍କ, ବେଲଜିୟମ, ଶ୍ରୀଲଙ୍କା ସମେତ ପ୍ରାୟ ୧୫ ଦେଶର ଜାତୀୟ ପଶୁ ହେଉଛି ସିଂହ।
କୁହାଯାଏ ସିଂହ ଜଙ୍ଗଲର ରାଜା। ଏହା ୩୬ ଫୁଟ ଉଚ୍ଚତା ଯାଏ ଡେଇଁପାରେ। ପ୍ରତି ଦିନ ଏହା ୧୮ ପାଉଣ୍ଡ ଅର୍ଥାତ ପ୍ରାୟ ୮ କେଜି ମାଂସ ଖାଇଥାଏ। ସିଂହ ସର୍ବଦା ସିଂହୀର ଭୋଜନ ଖାଇଥାଏ ବୋଲି କୁହାଯାଏ। ତେବେ ପ୍ରତି ୮ରୁ କେବଳ ଗୋଟିଏ ସିଂହ ଯୁବାବସ୍ଥା ପର୍ଯ୍ୟନ୍ତ ବଞ୍ଚିଥାଏ।
ବହୁତ କମ୍ ଲୋକ ଜାଣନ୍ତି ଯେ ୧୯୭୨ ଯାଏ ସିଂହ ଭାରତର ଜାତୀୟ ପଶୁ ଥିଲା। ଏହା ପରେ ବାଘ ହୋଇଥିଲା।