
ଭାରତରେ ମହିଳା ସଂରକ୍ଷଣ ବିଲକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା। କୁହାଯାଉଥିଲା ଆଗାମୀ କିଛି ବର୍ଷ ମଧ୍ୟରେ ସଂସଦରୁ ରାଜ୍ୟ ବିଧାନସଭା ପର୍ଯ୍ୟନ୍ତ ମହିଳାମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି ପାଇବ। କିନ୍ତୁ ବିଗତ କିଛିବର୍ଷ ମଧ୍ୟରେ ଏହାର କୌଣସି ଚିହ୍ନବର୍ଣ୍ଣ ବି ଦେଖାଯାଉନାହିଁ। ପ୍ରତିବର୍ଷ ପରି ମାର୍ଚ୍ଚ ୮ରେ ମହିଳା ଦିବସ ପାଳନ ହେବାକୁ ଯାଉଛି। ଗତ କିଛି ବର୍ଷ ଧରି, କେବଳ ଭାରତରେ ନୁହେଁ ବରଂ ବିଶ୍ୱର ଅନେକ ଦେଶରେ ମହିଳାଙ୍କୁ ସମାନ ଅଧିକାର ଦେବା ସମ୍ପର୍କରେ ଏକ ବିତର୍କ ଚାଲିଛି। ତଥାପି, ବିଶ୍ୱରେ ଏପରି କିଛି ଦେଶ ଅଛି ଯେଉଁଠାରେ ମହିଳାମାନଙ୍କୁ ଅତ୍ୟଧିକ ପ୍ରତିନିଧିତ୍ୱ କରାଯାଏ। ବିଶ୍ୱରେ ଏପରି ଗୋଟିଏ ଦେଶ ଅଛି ଯେଉଁଠାରେ ମହିଳାମାନେ ଶାସନ କରନ୍ତି ଏବଂ ସରକାର ଚଲାନ୍ତି। ଏହି ଦେଶରେ ପୁରୁଷମାନେ ଦାସ ଭଳି ରୁହନ୍ତି।
ଚେକ ରିପବ୍ଲିକରେ ଅବସ୍ଥିତ ଅଦର ୱାଲର୍ଡ କିଙ୍ଗଡମ ନିଜକୁ ଏକ ଦେଶ ଘୋଷଣା କରିଛି। କେବଳ ଏତିକି ନୁହେଁ, ଏହାର ଏକ ରାଜଧାନୀ ମଧ୍ୟ ଅଛି। ଯାହାର ନାମ ବ୍ଲାକ ସିଟି। ଏହି ଦେଶର ନିଜସ୍ବ ପତାକା, ମୁଦ୍ରା ଏବଂ ପାସପୋର୍ଟ ମଧ୍ୟ ଅଛି। ତଥାପି, ଅନ୍ୟ ବିଶ୍ୱ ଏହାକୁ ଏକ ଦେଶର ମାନ୍ୟତା ଦେଇ ନାହାନ୍ତି। ଏହି ଆତ୍ମଘୋଷିତ ଦେଶରେ କେବଳ ମହିଳାଙ୍କୁ ନାଗରିକତା ଦିଆଯାଏ। ମହିଳାମାନେ ଏଠାରେ ସରକାର ଚଲାନ୍ତି। ଏହି ଦେଶର ରାଣୀଙ୍କ ନାମ ପାଟ୍ରେସିଆ, ଯିଏ ଏଠାରେ ଶାସନ କରନ୍ତି।
ଏହି ଦେଶ ବିଷୟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏଠାରେ ପୁରୁଷମାନଙ୍କୁ ଦାସ ଭାବରେ ବ୍ୟବହାର କରାଯାଏ। ପୁରୁଷମାନେ ସମସ୍ତ ପ୍ରକାରର କାମ କରନ୍ତି ଏବଂ ମହିଳାଙ୍କ ସେବା ମଧ୍ୟ କରନ୍ତି। ରାଣୀଙ୍କ ଅନୁମତି ବିନା ଦାସମାନେ କିଛି କରିପାରିବେ ନାହିଁ। ଏଠାରେ ମହିଳାମାନଙ୍କ ପାଇଁ ଜଣେ ପୁରୁଷ ଚାକର ରଖିବା ଆବଶ୍ୟକ। ରାଣୀ ମହିଳାଙ୍କ ପାଇଁ ଏପରି ଅନେକ ନିୟମ ତିଆରି କରିଛନ୍ତି।