ପ୍ରଥମ ଫିଲ୍ମର ମିଟିଂ ବେଳେ ସୁରଭିନଙ୍କୁ ଏମିତି ପ୍ରଶ୍ନ…

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରି ହେଉ ଅବା ଟଲିଉଡ୍‌ ଇଣ୍ଡଷ୍ଟ୍ରି ସମସ୍ତେ କାଷ୍ଟିଂ କାଉଚ୍‌ରେ ଶିକାର ହୋଉଛନ୍ତି । ତେବେ ନିକଟରେ ଅଭିନେତ୍ରୀ ସୁରଭିନ ଚାୱଲା ମଧ୍ୟ କାଷ୍ଟିଂ କାଉଚ୍‌ର ଶିକାର ହୋଇଥିବା ନେଇ ମୁହଁ ଖୋଲିଛନ୍ତି। ଏକ ରେଡିଓ କାର୍ଯ୍ୟକ୍ରମର ସାକ୍ଷାତକାରରେ ନିଜ ସହ ଘଟିଥିବା ଘଟଣା ବିଷୟରେ ସେ ଖୁଲାସା କରିଛନ୍ତି। ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଧିକ ମାତ୍ରାରେ କାଷ୍ଟିଂ କାଉଚ୍‌ କରାଯାଉଥିବା ସେ କହିଛନ୍ତି।

ସୁରଭିନ କହିଛନ୍ତି, ଯେତେବେଳେ ସେ ଟେଲିଭିଜନ ଜଗତରୁ ଫିଲ୍ମରେ ନିଜ କ୍ୟାରିଅର ଆରମ୍ଭ କରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ତାଙ୍କୁ କାଷ୍ଟିଂ କାଉଚ୍‌ର ସମ୍ମୁଖୀନ ହେବାକୁ ପଡିଥିଲା। ମୁମ୍ବାଇରେ ତାଙ୍କର ପ୍ରଥମ ଫିଲ୍ମର ମିଟିଂ ବେଳେ ତାଙ୍କ ସହିତ ଏଭଳି ଘଟିଥିଲା। ତାଙ୍କୁ ତାଙ୍କର ରୂପ, ଓଜନ, ଏବଂ ଆକାର ଉପରେ ପ୍ରଶ୍ନ ପଚରାଯାଇଥିଲା। ଏହି ପାରାମିଟରଗୁଡିକ ଦ୍ୱାରା ଜଣେ ମହିଳାଙ୍କୁ ବ୍ୟାଖ୍ୟା କରାଯାଇପାରିବ ନାହିଁ ବୋଲି ସେ କହିଥିଲେ।

ସୁରଭିନ ୨୦୦୩ ରେ ଟେଲିଭିଜନ ‘ସୋପ୍‌ ଅପେରା କେହଁି ତୋ ହୋଗା’ରୁ ଅଭିନୟ ଆରମ୍ଭ କରିଥିଲେ। ସେ କାସୋଟି ଜିନ୍ଦେଜି କେ, କାଜ୍ଜଲ ଏବଂ ୨୪ ଭଳି ଟିଭି ଶୋ’ରେ ମଧ୍ୟ ଅଭିନୟ କରିଛନ୍ତି। ୨୦୦୮ରେ କନ୍ନଡ ଚଳଚ୍ଚିତ୍ର ପରମେଶା ପାନୱାଲା ଚଳଚ୍ଚିତ୍ରରେ ସେ ପ୍ରବେଶ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ପଞ୍ଜାବୀ ଚଳଚ୍ଚିତ୍ର ବ୍ୟତୀତ ହମ୍‌ ତୁମ ଶବାନା, ଅଗ୍‌ଲି, ହେଟ ଷ୍ଟୋରୀ ୨, ପରଚେଡ ଆଦି ଚଳଚ୍ଚିତ୍ର କାମ କରିଛନ୍ତି।

Share