ଆମେରିକା ଶଟ୍‌ଡାଉନ୍‌ ହେବା ପଛରେ ରହିଛି ଏହି କାରଣ

ଓ୍ବାଶିଂଟନ,୩୦ା୯: ଆମେରିକା ଶଟ୍‌ଡାଉନ୍‌ ହେବାକୁ ଯାଉଛି। ଶନିବାର ରାତିରୁ ଏହି ଶଟ୍‌ଡାଉନ୍‌ ଲାଗୁ କରାଯିବ। ତେବେ କେଉଁ କାରଣ ପାଇଁ ଏହି ଶଟ୍‌ଡାଉନ୍‌ ହେବ ଏବଂ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ସେନେଇ ସୂଚନା ମିଳିଛି।

ଏକ ରିପୋର୍ଟ ଅନୁଯାୟୀ, ସରକାରୀ ବଜେଟ ବର୍ଷ ଆରମ୍ଭରେ ଅକ୍ଟୋବର ୧ରେ ସରକାରୀ ଅର୍ଥ ସମାପ୍ତ ହେବ।
ଯଦି ସେତେବେଳକୁ କଂଗ୍ରେସ ଖର୍ଚ୍ଚ ବିଲ୍‌ ପାସ ନ କରେ ତେବେ ସରକାର ବନ୍ଦ ହୋଇଯିବ।
ଅନେକ ସରକାରୀ ସେବା ସ୍ଥଗିତ ରହିବ ଏବଂ ଲକ୍ଷାଧିକ ଫେଡେରାଲ କର୍ମଚାରୀଙ୍କୁ ବରଖାସ୍ତ କରାଯିବ।
କର୍ମଚାରୀମାନଙ୍କୁ ମଧ୍ୟ ଦରମା ବିନା ଘରକୁ ପଠାଯାଇପାରିବ।

ପ୍ରଥମତଃ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଉପରେ କଂଗ୍ରେସ ସହମତ ହୋଇପାରି ନାହିଁ। ଦ୍ୱିତୀୟରେ କଂଗ୍ରେସରେ ଦଳୀୟ ବିଭାଜନ ହେତୁ ଏହା କିଛି ପରିମାଣରେ ଘଟୁଛି। ତୃତୀୟରେ ସରକାର କିପରି ଟଙ୍କା ଖର୍ଚ୍ଚ କରିବେ ସେଥିପାଇଁ ଡେମୋକ୍ରାଟ ଏବଂ ରିପବ୍ଲିକାନମାନଙ୍କର ଭିନ୍ନ ପ୍ରାଥମିକତା ରହିଛି। ଚତୁର୍ଥରେ ଅର୍ଥ ବିଲ୍‌ ସମ୍ବନ୍ଧରେ ଉଭୟଙ୍କ ମଧ୍ୟରେ କୌଣସି ସହମତି ନାହିଁ।

ସରକାରୀ ଶଟ୍‌ଡାଉନ୍‌ କେତେ ଦିନ ପର୍ଯ୍ୟନ୍ତ ରହିପାରେ ତାହା ପୂର୍ବାନୁମାନ କରିବା ଅସମ୍ଭବ। ଖର୍ଚ୍ଚ ବିଲ୍‌ ଉପରେ ରାଜି ହେବା ପାଇଁ କଂଗ୍ରେସକୁ କେତେ ସମୟ ଲାଗେ ତାହା ଉପରେ ଏହା ନିର୍ଭର କରେ। ତେବେ ଆମେରିକାରେ ଶଟ୍‌ଡାଉନ୍‌ କେବଳ କିଛି ଘଣ୍ଟାରୁ କିଛି ମାସ ପର୍ଯ୍ୟନ୍ତ ଚାଲିପାରେ।

Share