ରାତିରେ ନିଦ ହେଉ ନ ଥିଲେ ଆପଣାନ୍ତୁ ଏହି ଉପାୟ…

ଆଖିକୁ ନିଦ ନ ଆସିବା କିମ୍ବା ରାତିରେ ଅନେକ ସମୟ ପର୍ଯ୍ୟନ୍ତ ଶୋଇବାରେ ସମସ୍ୟା ହେଉଥିଲେ ଏହାକୁ ଅନିଦ୍ରା ରୋଗ କୁହାଯାଏ। ଏହା ଏକ ସମସ୍ୟା ମାତ୍ର, ହେଲେ ଏହା ଅନେକ ଦିନ ପର୍ଯ୍ୟନ୍ତ ରହିଲେ ନାନା ରୋଗ ସୃଷ୍ଟି କରିଥାଏ। ଅନିଦ୍ରା ଯୋଗୁ ଫୁସ୍‌ଫୁସ୍‌ ରୋଗ, ଦିଃଶ୍ଚିନ୍ତା, ମାନସିକ ଅବସାଦ, ହୃଦ୍‌ରୋଗ, ପେଟ ସମ୍ପର୍କୀୟ ସମସ୍ୟା ଆଦି ଦେଖାଦେଇଥାଏ। ଏପରି ସମସ୍ୟା ଥିଲେ ତୁରନ୍ତ ବିଶେଷଜ୍ଞଙ୍କ ସହ ସମ୍ପର୍କ କରିନେବା ଉଚିତ୍‌। ତେବେ କେତୋଟି ସରଳ ଉପାୟରେ ମଧ୍ୟ ଏଥିରୁ ମୁକ୍ତି ମିଳିଥାଏ।
ଘଣ୍ଟା ଦେଖନ୍ତୁ ନାହିଁ:
ଯଦି ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଦ ହେଉ ନାହିଁ, ତେବେ ବାରମ୍ବାର ସମୟ ଦେଖନ୍ତୁ ନାହିଁ। ଅନିଦ୍ରା ପୀଡିତ ରୋଗୀ ସବୁବେଳେ ଘଣ୍ଟାଠାରୁ ଦୂରେଇ ରୁହନ୍ତୁ। ଯଦି ଶୋଇବା ଘରେ ଘଣ୍ଟା ଅଛି, ତେବେ ତାକୁ କାନ୍ଥ ଆଡକୁ ବୁଲାଇ ରଖନ୍ତୁ।
ଶେଯରେ ରୁହନ୍ତୁ ନାହିଁ:

ଯଦି ଶେଯରେ ପଡ଼ିଲା ପରେ ନିଦ ହେଉ ନାହିଁ, ତେବେ ଏପଟ ସେପଟ ହେବା ଅପେକ୍ଷା ରୁମ୍‌ ବାହାରେ ବୁଲିଆସନ୍ତୁ। ୧୫ ମିନିଟରୁ ଅଧିକ ସମୟ ଶେଯରେ ରୁହନ୍ତୁ ନାହିଁ। ପାଦକୁ ଧୋଇ ଦିଅନ୍ତୁ। ବହି ପଢ଼ନ୍ତୁ, ଟିଭି ଦେଖନ୍ତୁ।
ଉଜ୍ଜଳ ଆଲୋକରୁ ଦୂରେଇ ରୁହନ୍ତୁ:
ବେଳେବେଳେ ଉଜ୍ଜଳ ଆଲୋକ କାରଣରୁ ଆଖିକୁ ନିଦ ଆସି ନ ଥାଏ। ଯଦି ରାତି ୩ ଟା ପର୍ଯ୍ୟନ୍ତ ଏପରି ସମସ୍ୟା ଦେଖାଦେଉଛି, ତେବେ ଘରର ଆଲୋକକୁ ଲିଭାଇ ଦିଅନ୍ତୁ। ଆଉ ଯଦି ବହି ପଢ଼ୁଛନ୍ତି ତେବେ ହାଲ୍‌କା ଆଲୋକ କିମ୍ବା ଟେବୁଲ ଲ୍ୟାମ୍ପରେ ପଢ଼ନ୍ତୁ।