ପୁଅ ଅଭିଷେକଙ୍କୁ ଏମିତି କହିଲେ ଅମିତାଭ

ଆଜିକାଲି ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ତାଙ୍କର ଆଗାମୀ ଫିଲ୍ମ ‘ଦଶବି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରକୁ ଦର୍ଶକ ବହୁତ ପ୍ରଶଂସା କରୁଛନ୍ତି। ଅଭିଷେକ ବଚ୍ଚନଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅମିତାଭ ବଚ୍ଚନ ଟୁଇଟର୍‌ରେ ଲେଖିଛନ୍ତି – ଭାୟୁ, ଏଥିପାଇଁ ମୋର ବହୁତ ପ୍ରେମ ଏବଂ ଆଶୀର୍ବାଦ ଅଛି । ଏହା ତୁମର ପୂର୍ବ ଭୂମିକାଠାରୁ ବହୁତ ଭିନ୍ନ। ଫିଲ୍ମରେ ତୁମର ଚରିତ୍ର ଭଲ ରହିଛି। ମୋର ପ୍ରାର୍ଥନା ତୁମ ସହିତ ଅଛି।
ରିଲିଜ ହୋଇଥିବା ଏହି ଟ୍ରେଲରରେ ଶିକ୍ଷକ ନିଯୁକ୍ତି ଠକେଇ ମାମଲାରେ ଫସିଥିବା ମୁଖ୍ୟମନ୍ତ୍ରୀ ଗଙ୍ଗାରାମ ଚୌଧୁରୀ ଭୂମିକାରେ ନଜର ଆସିଥିବା ଅଭିଷେକଙ୍କୁ ଜେଲ ଯିବାକୁ ପଡୁଛି। ଅନ୍ୟପଟେ ଅଭିଷେକଙ୍କ ସ୍ତ୍ରୀ ରୂପେ ନିମ୍ରିତ କୌର ମୁଖ୍ୟମନ୍ତ୍ରୀ ଚୌକି ହାତେଇବା ପାଇଁ ପ୍ରୟାସ ଚଲାଇଛନ୍ତି। ସେପଟେ ଆଇପିଏସ ଅଧିକାରୀ ରୂପେ ନଜର ଆସିଛନ୍ତି ୟାମି ଗୌତମ।
ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଆସନ୍ତା ଏପ୍ରିଲ ୭ରେ ରିଲିଜ ହେବ। ଏହି ଫିଲ୍ମର ନିର୍ଦ୍ଦେଶନା ତୁଷାର ଜଲୋଟା ଦେଇଛନ୍ତି।

 

Share