କଲମ୍ବୋ,୨୩।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତୃତୀୟ ତଥା ଶେଷ ଦିନିକିଆରେ ଭାରତୀୟ ଦଳରେ ୬ଟି ପରିବର୍ତ୍ତନ ହୋଇଛି। ଏହି ମ୍ୟାଚ୍ରେ ପାଞ୍ଚ ଜଣ ଖେଳାଳି ଡେବ୍ୟୁ କରିଛନ୍ତି। ୪୧ ବର୍ଷ ପରେ ପ୍ରଥମ ଥର ପାଇଁ ପାଞ୍ଚ ଖେଳାଳି ଦିନିକିଆରେ ଡେବ୍ୟୁ କରିଛନ୍ତି । ଏହା ପୂର୍ବରୁ ୧୯୮୦ରେ ଅଷ୍ଟ୍ରେଲିଆର ଏମ୍ସିଜି ଗ୍ରାଉଣ୍ଡରେ ଏହା ଘଟିଥିଲା। ଦିଲୀପ ଦୋଶୀ, କିର୍ତ୍ତୀ ଆଜାଦ, ରୋଜର ବିନି, ସନ୍ଦୀପ ପାଟିଲ ଏବଂ ତିରୁମାଲାଇ ଶ୍ରୀନିବାସନ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ଭାରତ ପାଇଁ ଡେବ୍ୟୁ କରିଥିବା ଖେଳାଳିଙ୍କ ମଧ୍ୟରେ ରାହୁଲ ଚହର, ଚେତନ ସକରିଆ, ସଞ୍ଜୁ ସାମସନ, କେ. ଗୌତମ ଏବଂ ନୀତୀଶ ରାଣା ଅଛନ୍ତି।
Say Hello 👋🏻 to our 5 ODI debutants #TeamIndia #SLvIND
Congratulations boys 👏🏻👏🏻 pic.twitter.com/ouKYrtrW8G
— BCCI (@BCCI) July 23, 2021
This is only the second instance of India having five debutants in an ODI after their inaugural match. The other was against Australia at the MCG in Dec 1980 when Dilip Doshi, Kirti Azad, Roger Binny, Sandeep Patil & Tirumalai Srinivasan made their debuts.#SLvIND https://t.co/7l1cfVFzOP
— Deepu Narayanan (@deeputalks) July 23, 2021