ବାହା ହେବାକୁ ଯାଉଥିଲେ ବର ରାସ୍ତାରେ ଘଟିଲା ଏମିତି, ଆଉ ତା’ ପରେ

ସାଧାରଣତଃ ବିବାହରେ ସମସ୍ତେ ବ୍ୟସ୍ତଥାନ୍ତି। ଏହି ସମୟରେ ସମସ୍ତଙ୍କ ନଜର ବରଯାତ୍ରୀଙ୍କ ନାଚ ଉପରେ ଥାଏ, ଯେଉଁଥିପାଇଁ ଚୋର ଏହାର ସୁଯୋଗ ନେଇ ଚୋରି କରନ୍ତି। ମୂଲ୍ୟବାନ ଜିନିଷ ନେଇ ପଳାଇଥାନ୍ତି। ଠିକ୍‌ ଏହିଭଳି ଘଟଣା ଘଟିଛି। ଦିଲ୍ଲୀର ଜନକପୁରୀ ଅଞ୍ଚଳରେ। ଯେଉଁଠାରେ ବର ବରଯାତ୍ରୀ ସହ ବିବାହ କରିବାକୁ ଯାଉଥିବା ବେଳେ ବରଠାରୁ ଲୁଟ୍‌ କରି ଲୁଟେରା ଫେରାର ହୋଇଯାଇଛନ୍ତି। ସେମାନେ ବର ବେକରୁ ସୁନାଚେନ୍‌ , ଟଙ୍କାମାଳ ଲୁଟିନେଇଛନ୍ତି ।
ଏ ନେଇ ତୁରନ୍ତ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବରଯାତ୍ରୀ ନାଚ, ଗୀତରେ ମଜି ଯାଇଥିବା ବେଳେ ଲୁଟେରା ବରକୁ ଟାର୍ଗେଟ କରି ଏଭଳି ଘଟାଇଥିବା ପୋଲିସ କହିଛି। ତେବେ ସିସିଟିଭି ଫୁଟେଜ୍‌ ଯାଞ୍ଚ ହୋଇ ଅଭିଯକ୍ତଙ୍କୁ ଧରିବା ପାଇଁ ଯୋଜନା ଚାଲିଛି।

Share