Categories: ଫୁରସତ

ବାହୁବଳୀ ଶିଶୁ: ଜନ୍ମ ହେଉ ହେଉ କଲା ଏମିତି କିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଆପଣ ନିଶ୍ଚିତ ପ୍ରଭାସଙ୍କ ଫିଲ୍ମ ‘ବାହୁବଳୀ’ ଦେଖିଥିବେ। ସେହି ଫିଲ୍ମ ରିଲିଜ ହେବା ଦିନଠାରୁ ଯେକୌଣସି ବ୍ୟକ୍ତି କିଛି ଅବିଶ୍ୱସନୀୟ ଶକ୍ତି ପ୍ରଦର୍ଶନ କଲେ ସେମାନଙ୍କୁ ‘ବାହୁବଳୀ’ ସହିତ ତୁଳନା କରାଯାଉଛି। ଶକ୍ତିଶାଳୀ ଲୋକମାନେ ବାହୁବଳୀ ଭଳି କାର୍ଯ୍ୟ କଲେ ଏହା ଆଶ୍ଚର୍ଯ୍ୟଜନକ ନୁହେଁ, କିନ୍ତୁ ଆପଣ କେବେ ଦେଖିଛନ୍ତି କି ଏକ ନବଜାତ ଶିଶୁ ଏପରି କିଛି କରୁଛି, ଯାହା ପରେ ଲୋକମାନେ ତାକୁ ‘ବାହୁବଳୀ’ ବୋଲି କହୁଛନ୍ତି। ଏବେ ସେମିତି ଜଣେ ନବଜାତ ଶିଶୁ ହାତରେ ଧରି ଟ୍ରେ ଧରିଥିବାର ଦେଖାଯାଏ। ଏହି ପିଲାଟି ଜନ୍ମ ହେବା ମାତ୍ରେ ସେ ଦୁଇ ହାତରେ ସେହି ଟ୍ରେକୁ ଉଠାଇଥିଲା।

@bhakttrilokika ନାମକ ଏକ ଟୁଇଟର ପେଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଏହି ଭିଡିଓରେ ଜନ୍ମ ହେଉ ହେଉ ଶିଶୁଟି ଦୁଇ ହାତରେ ଟ୍ରେ’କୁ ଏପରି ଜାବୁଡ଼ି ଧରିଛି ନର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓ ଶେୟାର କରାଯାଇ ଏଥିରେ କ୍ୟାପଶନ ଲେଖାଯାଇଛି, ଚନ୍ଦ୍ରୟାନ ଚନ୍ଦ୍ରରେ ପହଞ୍ଚିବା ମାତ୍ରେ ଭାରତରେ ଜନ୍ମିତ ପ୍ରକୃତ ‘ବାହୁବଳୀ’।

ଭିଡିଓରେ ନର୍ସ ଜଣକ ନବଜାତ ଶିଶୁର ଦୁଇ ଗୋଡ଼କୁ ଧରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ପିଲାଟି ଦୁଇ ହାତରେ ଟ୍ରେକୁ ଜାବୁଡ଼ି ଧରିଥାଏ। ଯେଉଁ ଟ୍ରେ’ରେ ଶିଶୁଟି ଜନ୍ମ ହେବା ପରେ ରଖାଯାଇଥିଲା। ନବଜାତ ଶିଶୁମାନଙ୍କର ଜନ୍ମ ହେବା ମାତ୍ରେ ଏତେ ଜୋରରେ ଧରି ରଖିବା ପାଇଁ ସେତେ ଶକ୍ତି ନ ଥାଏ। କିନ୍ତୁ ଏହି ପିଲା ନିଜର ଶକ୍ତି ଦ୍ୱାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏହି ଭିଡିଓଟି ୩ ଲକ୍ଷରୁ ଅଧିକ ଭ୍ୟୁ ପାଇଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଦେଇ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର ପଚାରିଥିଲେ ଏହି ଭିଡିଓଟି ଠିକ୍‌ ଅଛି କି? ଅନ୍ୟ ଜଣେ କହିଛନ୍ତି, ଯେଉଁ ଡାକ୍ତର ଏହା କରିଛନ୍ତି, ତାଙ୍କୁ ଗିରଫ କର। କାରଣ ଏହା ଅମାନବୀୟ ଅଟେ। ଜଣେ କହିଛନ୍ତି, ମହିଳାଙ୍କୁ ଜେଲ ପଠାଯିବା ଉଚିତ। ଅନ୍ୟ ଜଣେ କହିଛନ୍ତି, ଏହିପରି ପିଲାଙ୍କ ଦୃଶ୍ୟ କରିବା ସମ୍ପୂର୍ଣ୍ଣ ଭୁଲ।

Share