ଫିଲ୍ମ ‘ଦ କଶ୍ମୀର ଫାଇଲ’କୁ ନେଇ ଏମିତି କହିଲେ ହିନା

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସବୁଆଡେ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମଟି ରିଲିଜ୍‌ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁଛି। ଏହି ଫିଲ୍ମକୁ ନେଇ ପ୍ରଶଂସକ ଭଲ ରିଭ୍ୟୁ ମଧ୍ୟ ଦେଉଛନ୍ତି। ଅନେକ ସେଲିବ୍ରିଟି ଫିଲ୍ମକୁ ଦେଖିବା ପରେ ଅନୁପମ ଖେରଙ୍କୁ ମଧ୍ୟ ପ୍ରଶଂସା କରୁଛନ୍ତି। ନିକଟରେ ଟେଲିଭିଜନ ଅଭିନେତ୍ରୀ ହିନା ଖାନ ଏକ ସାକ୍ଷାତକାରରେ ତାଙ୍କୁ ‘କଶ୍ମୀର ଫାଇଲ୍ମ’ବିଷୟରେ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ମୁଁ ଏ ପର୍ଯ୍ୟନ୍ତ ଫିଲ୍ମ ଦେଖି ନାହିଁ ଏବଂ ଫିଲ୍ମକୁ ନେଇ ଚାଲିଥିବା ବିବାଦ ବିଷୟରେ ମଧ୍ୟ ଅବଗତ ନାହଁ। ଏଥିପାଇଁ ମୋତେ ଫିଲ୍ମ ଦେଖିବାକୁ ପଡିବ ବୋଲି ସେ କହିଛନ୍ତି। ଅଭିନେତ୍ରୀ ଏହା ବିଷୟରେ ଅବଗତ ନ ଥିବାରୁ ବିବାଦ ଉପରେ ମନ୍ତବ୍ୟ ଦେବାକୁ ବାରଣ କରିଥିଲେ। ଥିଏଟରରେ ଫିଲ୍ମ ଦେଖିବା ପାଇଁ ତାଙ୍କର ଯୋଜନା ନାହିଁ । ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଅପେକ୍ଷା କରିଛନ୍ତି । ରିଲିଜ୍‌ ହେବା ପରେ ସେ ‘କଶ୍ମୀର ଫାଇଲ୍ସ’ ଦେଖିବେ ବୋଲି କହିଛନ୍ତି।

Share