ଅନୁରାଗ କଶ୍ୟପଙ୍କ ସହ ସିକ୍ରେଟ୍‌ ଆଫେୟାରକୁ ନେଇ ଏମିତି କହିଲେ ମନ୍ଦାନା

ଅଭିନେତ୍ରୀ ତଥା ମଡେଲ ମନ୍ଦାନା କରିମି କଙ୍ଗନା ରାଣାଓ୍ବତଙ୍କ ଶୋ’ ‘ଲକ୍‌ ଅପ’ରେ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିଲେ। ବର୍ତ୍ତମାନ ସେ ଶୋ’ରୁ ବିଦାୟ ନେଇଛନ୍ତି । ଶୋ’ ରେ ଥିବାବେଳେ ସେ ତାଙ୍କ ଗର୍ଭପାତ ଏବଂ ସିକ୍ରେଟ୍‌ ଆଫେୟାର ସହ ଜଡିତ ରହସ୍ୟ ଉପରୁ ପରଦା ଉଠାଇଥିଲେ । ଯାହାକୁ ନେଇ ପରେ ଅନେକ ଚର୍ଚ୍ଚା ହୋଇଥିଲା ।
ଶୋ’ରେ ମନ୍ଦାନା କହିଥିଲେ ଯେ, ଜଣେ ଫିଲ୍ମ ନିର୍ମାତା ତାଙ୍କୁ ପ୍ରତାରଣା କରିଥିଲେ । ସେ ଗର୍ଭବତୀ ମଧ୍ୟ ହୋଇଥିଲେ । ପରେ ସେହି ନିର୍ଦ୍ଦେଶକ ଜଣଙ୍କ ଅନୁରାଗ କଶ୍ୟପ ବୋଲି ଆଲୋଚନା ହୋଇଥିଲା । ତେବେ ଶୋ’ରୁ ବାହାରିବା ପରେ ମନ୍ଦାନା ଏକ ସାକ୍ଷାତକାରରେ କହିଛନ୍ତି, ଅନୁରାଗ ସେହି ନିର୍ଦ୍ଦେଶକ ନୁହଁନ୍ତି ଯିଏ ତାଙ୍କୁ ପ୍ରତାରଣା କରିଥିଲେ ।
ସେ କହିଛନ୍ତି, ଅନୁରାଗ ମୋ ବନ୍ଧୁ ଥିଲେ ଏବଂ ଆମେ ଏପର୍ଯ୍ୟନ୍ତ ବନ୍ଧୁ ଅଛୁ ।

Share