ଫିଲ୍ମ ‘ରାଧେଶ୍ୟାମ’କୁ ନେଇ ଏମିତି କହିଲେ ରଶ୍ମିକା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ତାଙ୍କର ଫିଲ୍ମ ‘ପୁଷ୍ପା’ରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ତେବେ ଅଭିନେତ୍ରୀଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓରୁ ବାହାରକୁ ଯାଉଥିବା ନଜର ଆସିଥିଲେ। ସେତେବେଳେ ଜଣେ ଫଟୋଗ୍ରାଫର ତାଙ୍କୁ ପଚାରିଥିଲେ ଯେ, ପ୍ରଭାସ ଏବଂ ପୂଜା ହେଗ୍‌ଡେଙ୍କ ଫିଲ୍ମ ‘ରାଧେଶ୍ୟାମ’ର ଟ୍ରେଲର ରିଲିଜ୍‌ ହେବା ପରେ ଏହା ବିଷୟରେ କ’ଣ ଭାବୁଛନ୍ତି? ତେବେ ରଶ୍ମିକା ‘ରାଧେଶ୍ୟାମ’ର ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଫିଲ୍ମକୁ ସର୍ବଶ୍ରେଷ୍ଠ ବୋଲି କହିଛନ୍ତି। ‘ରାଧେଶ୍ୟାମ’ହେଉଛି ଏକ ରୋମାଣ୍ଟିକ ଫିଲ୍ମ। ଯାହା ୧୧ ମାର୍ଚ୍ଚରେ ପ୍ରେକ୍ଷାଳୟରେ ରିଲିଜ୍‌ ମୁକ୍ତିଲାଭ କରିବ।

 

Share