ରଣବୀରଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଏଭଳି କହିଲେ ଅଭିନେତ୍ରୀ

ବଲିଉଡ୍‌ ଅଭିନେତା ରଣବୀର ସିଂ ଏବେ ତାଙ୍କ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ। କେତେକ ରଣବୀରଙ୍କର ଏଭଳି ଫଟୋଶୁଟ୍‌କୁ ପସନ୍ଦ କରୁଥିବା ବେଳେ ଆଉ କେତେକ ସମାଲୋଚନା କରୁଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ବିଦ୍ୟା ବାଲାନ ରଣବୀରଙ୍କ ନ୍ୟୁଡ୍‌ ଫଟୋଶୁଟ୍‌ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯଦି ଏହି ଫଟୋଶୁଟ୍‌ କାହାକୁ ଭଲ ଲାଗୁନାହିଁ, ତେବେ ସେମାନେ ଦେଖନ୍ତୁ ନାହିଁ । ଏପରିକି ଏହା ବିଷୟରେ ପଢନ୍ତୁ ନାହିଁ ଫଟୋଶୁଟକୁ ଯେତେ ସବୁ ଚର୍ଚ୍ଚା ହେଉଛି ତାହା ଅର୍ଥହୀନ। ଆପଣ ଅଭିବ୍ୟକ୍ତିର ସ୍ବାଧୀନତା ଉପରେ ପ୍ରଶ୍ନ କରିପାରିବେ ନାହିଁ ବୋଲି ଅଭିନେତ୍ରୀ କହିଛନ୍ତି। ରଣବୀର ମାଗାଜିନ ପାଇଁ ନ୍ୟୁଡ୍‌ ଫଟୋଶୁଟ୍‌ କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଉଥିବା ବେଳେ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି।

Share