Categories: ଖେଳ

ଅଷ୍ଟ୍ରେଲିଆକୁ ଚିତ୍‌ପଟାଙ୍ଗ୍‌ କରିବା ପରେ ଏମିତି କହିଲେ ଆଫଗାନିସ୍ତାନ ଅଧିନାୟକ

ଆଣ୍ଟିଗୁଆ,୨୩।୬: ଟି-୨୦ ବିଶ୍ୱକପ ୨୦୨୪ର ୪୮ତମ ମ୍ୟାଚରେ ଏପରି କିଛି ଘଟିଛି ଯାହା ବୋଧହୁଏ କେହି ଆଶା କରି ନ ଥିବେ। ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ ବହୁତ ଖୁସି ମନେ ହେଉଥିଲେ। ଏକ ଦଳ ଏବଂ ଦେଶ ଭାବେ ଏହା ଆମ ପାଇଁ ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି।
ଅଷ୍ଟ୍ରେଲିଆ ବିପକ୍ଷ ବିଜୟ ପରେ ରଶିଦ ଖାନ କହିଛନ୍ତି, ଏକ ଦଳ ତଥା ଦେଶ ଭାବରେ ଏହା ଆମ ପାଇଁ ଏକ ବଡ ବିଜୟ। ବହୁତ ଭଲ ଅନୁଭବ। ଗତ ଦୁଇ ବର୍ଷ ମଧ୍ୟରେ ଏହ ମୁହୂର୍ତ୍ତକୁ ଆମେ ମିସ୍‌ କରିଥିଲୁ। ଟିମ୍‌ ପାଇଁ ବହୁତ ଗର୍ବିତ। ଆମ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା ଯେ ଆମେ ବିରୋଧୀ ଦଳର ବୋଲିଂ ଲାଇନଅପ ପଢିବା ଏବଂ ସେହି ଅନୁଯାୟୀ ପ୍ଲେଇଙ୍ଗ୍‌-୧୧ ଚୟନ କରୁଥିଲୁ।
ରଶିଦ ଆହୁରି କହିଛନ୍ତି, ଏହି ଉଇକେଟ ଉପରେ ୧୪୦ ଏକ ଭଲ ଟୋଟାଲ୍‌ ଥିଲା। ଆମେ ନିଜ ଉପରେ ଆତ୍ମବିଶ୍ୱାସ ରଖିଥିଲୁ। ଏହା ଶେଷରେ ଫଳପ୍ରଦ ହୋଇଥିଲା।
ଏହି ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୪୮ ରନ କରିଥିଲା। ତା’ପରେ ଅଷ୍ଟ୍ରେଲିଆ ଟାର୍ଗେଟକୁ ପିଛା କରି ୧୯.୨ ଓଭରରେ ୧୨୭ ରନ ଅଲଆଉଟ ହୋଇଥିଲା।

Share