ବଜେଟ୍‌କୁ ନେଇ ଏମିତି କହିଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ା୬(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅର୍ଥ ବିଭାଗ ନିଜ ପାଖରେ ରଖିଛନ୍ତି। ଆସନ୍ତା ବିଧାନସଭାରେ ନିଜେ ଅର୍ଥ ବଜେଟ ଉପସ୍ଥାପନ କରିବା ସମ୍ଭାବନା ରହିଛି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲୋକାଭିମୁଖୀ ବଜେଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଯୋଜନା ଓ ସଂଯୋଜନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଉନ୍ନୟନ କମିଶନର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ କରାଇଛନ୍ତି। ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ବଜେଟରେ ଜନସାଧାରଣଙ୍କ ଆଶା ଓ ଆକାଂକ୍ଷା ପ୍ରତିଫଳିତ ହେବ। ବିଭିନ୍ନ ବିଭାଗର ସମସ୍ତ ଯୋଜନାକୁ ଅଧିକ କାର୍ଯ୍ୟକ୍ଷମ ଓ ଫଳପ୍ରଦ କରିବା ସହ ଜିଲାସ୍ତରରେ ଯୋଜନାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୧୦୦ ଦିନ ଭିତରେ ଧାନ କୁଇଣ୍ଟାଲ ୩୧୦୦ ଟଙ୍କା କରିବା ଏବଂ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାରର ଭାଉଚର ଦେବା ପାଇଁ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ବେଳେ ଏହି ୨ଟିି ବଡ଼ ଯୋଜନା ପାଇଁ ବଜେଟରେ ବ୍ୟୟବରାଦ ହେବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପାଇଁ ପୂର୍ବ ସରକାର ବିଧାନସଭାରେ କାମଚଳା ବଜେଟ୍‌ ଉପସ୍ଥାପନା କରିଥିଲେ। ଏପ୍ରିଲରୁ ଜୁଲାଇ ଯାଏ ୪ ମାସ ପାଇଁ ଏହି ବଜେଟ୍‌ ଉପସ୍ଥାପନ ହୋଇଥିଲା। ଏବେ ନୂଆ ସରକାର ଆସିବା ପରେ ନୂଆ ବଜେଟ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୯।୬: ଓଡ଼ିଶାର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି।...

ଏହି ଦିନଠୁ ଅଭିଯୋଗ ଶୁଣିବ ବିଡିଏ

ଭୁବନେଶ୍ୱର,୨୯ା୬: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜୁଲାଇ ୧ (ସୋମବାର)ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ କରିବ। ଏହି ଶୁଣାଣି ପ୍ରତି ସୋମବାର (ସରକାରୀ ଛୁଟି ଦିନବ୍ୟତୀତ)...

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ

ଭୁବନେଶ୍ୱର,୨୯ା୬(ଅସମାପିକା ସାହୁ): ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର...

ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୧୭ଟି ଜିଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର,୨୯ା୬: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଶନିବାର ଓ ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବ । ଭୁବନଶ୍ୱେର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ନଦୀକୂଳରେ ଖେଳୁଥିବା ବେଳେ ନାବାଳକଙ୍କୁ ଟାଣିନେଲା କୁମ୍ଭୀର

ଅନୁଗୋଳ,୨୯ା୬: ଅନୁଗୋଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳକଙ୍କୁ ମହାନଦୀକୁ ଟାଣି ନେଇଥିଲା କୁମ୍ଭୀର। ଟିକରପଡ଼ା ମହାନଦୀ କୂଳରେ ନାବାଳକ...

ଅଣ ଓଡ଼ିଆ ଅଫିସର ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପଛରେ କ’ଣ ରହିଛି ବଡ଼ କାରଣ? ଜାଣନ୍ତୁ…

ଭୁବନେଶ୍ୱର,୨୯।୬: ଓଡ଼ିଶାରେ ନୂଆ ଭାଜପା ସରକାରଙ୍କ ପକ୍ଷରୁ ଶୁକ୍ରବାର ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ...

ବଡ଼ ବୟାନ୍‌ ରଖିଲେ ପ୍ରସନ୍ନ, କହିଲେ ଭାଜପାକୁ…

ଭୁବନେଶ଼୍ବର, ୨୯।୦୬: ବିଜୁ ଜନତା ଦଳର ବିଧାୟକ ତଥା ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବଡ଼ ବୟାନ୍‌ ଦେଇଛନ୍ତି । ଭାଜପା ସରକାରଙ୍କୁ ସେ ଟାର୍ଗେଟ୍‌...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଲକ୍ଷ୍ମୀ ବସ୍‌ ନାଁ ବଦଳାଯାଇ ରଖାଯିବ ଏହି ନାଁ

ଭୁବନେଶ୍ୱର,୨୯।୬: ଲକ୍ଷ୍ମୀ ବସ୍‌ ନାଁକୁ ନେଇ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସ୍‌ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri