୩୬ ବର୍ଷ ପୂରୁଣା ସଲମାନଙ୍କ ଭାଇରାଲ ଭିଡିଓ ଦେଖି ୟୁଜର୍ସ କହିଲେ ଏମିତି

ବଲିଉଡ୍‌ର ସୁପରଷ୍ଟାର ସଲମାନ ଖାନ ଖାଲି ଅଭିନୟ ପାଇଁ ନୁହେଁ, ସୁନ୍ଦର ଚେହେରା ପାଇଁ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ଲୁକ୍‌ରେ ଝିଅମାନେ ପାଗଳ। ୫୦ ବର୍ଷ ବୟସ ଅତିକ୍ରମ କରିବା ପରେ ମଧ୍ୟ ସଲମାନ ଅନେକ ବଲିଉଡ ଅଭିନେତାଙ୍କ ଅପେକ୍ଷା ବହୁତ ଭଲ ଦେଖାଯାନ୍ତି। ସଲମାନ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ଅଟନ୍ତି । ପ୍ରାୟତଃ ସେ ତାଙ୍କର ସୁନ୍ଦର ଫଟୋ ଶେୟାର କରନ୍ତି ଯାହା ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ତାଙ୍କର ଏକ ପୂରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସଲମାନଙ୍କ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ହିରୋ ହୋଣ୍ଡାର ବିଜ୍ଞାପନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସଲମାନ ବହୁତ ସାନ ଏବଂ ସୁନ୍ଦର ଦେଖାଯାଉଛନ୍ତି। ବର୍ତ୍ତମାନ ସଲମାନଙ୍କ ଏହି ପୁରୁଣା ବିଜ୍ଞାପନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ସଲମାନ ଏକ ଧଳା ସୁଟ ପିନ୍ଧି ହିରୋ ହୋଣ୍ଡା ମୋଟରସାଇକେଲରେ ଯାଉଥିବାର ନଜର ଆସିଛନ୍ତି। ଏହି ଭିଡିଓ ୧୯୮୫ର ଯେତେବେଳେ ସଲମାନ ଏହି ବିଜ୍ଞାପନ ଶୁଟ କରିଥିଲେ ବର୍ତ୍ତମାନ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ସଲମାନଙ୍କ ସୁନ୍ଦର ଲୁକ୍‌ ପାଇଁ ପୁଣି ପାଗଳ ହୋଇଯାଇଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି, ‘ଭାଇ ଏତେ ସୁନ୍ଦର’, ଆଉ ଜଣେ ଲେଖିଛନ୍ତି, ‘କେତେ ସୁନ୍ଦର ଦିଶୁଛନ୍ତି ସଲମାନ ଖାନ ’ ।

Share