Posted inUncategorized

ଏହି କାରଣରୁ ରାତିସାରା ଶୋଇପାରିବେନି ଆଫଗାନିସ୍ତାନ ଅଧିନାୟକ: ନିଜେ କଲେ ଖୁଲାସା

ଆଣ୍ଟିଗୁଆ,୨୩।୬: ଆଜି ଆଫଗାନିସ୍ତାନ ପାଇଁ ଏକ ଖାସ୍‌ ଦିନ। ୨୦୨୪ ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଆଫଗାନିସ୍ତାନ ଏକ ବଡ ଓଲଟପାଲଟ କରିଥିଲା। କୌଣସି ଫର୍ମାଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଆଫଗାନିସ୍ତାନର ଏହା ପ୍ରଥମ ବିଜୟ। ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ଆଣ୍ଠୁଏ ପାଣି ପିଆଇଥିଲା। ତେବେ ଗ୍ଲେନ ମ୍ୟାକ୍ସୱେଲ ଏକ ଐତିହାସିକ ଇନିଂସ ଖେଳି ଆଫଗାନିସ୍ତାନ ଠାରୁ ବିଜୟ ଛଡ଼ାଇ ନେଇଥିଲେ। ଏବେ କଙ୍ଗାରୁଙ୍କୁ ପରାସ୍ତ କରିବା ପରେ ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ଗତ ବର୍ଷ ନଭେମ୍ବରରେ ମୁମ୍ବାଇରେ ଚାଲିଥିବା ଦିନିକିଆ ବିଶ୍ୱକପ ମ୍ୟାଚ ପରେ ଗ୍ଲେନ ମ୍ୟାକ୍ସୱେଲଙ୍କ ଐତିହାସିକ ଦ୍ୱିଶତକ ରଶିଦ ଖାନଙ୍କୁ ରାତି ସାରା ଶୋଇବାକୁ ଦେଇ ନ ଥିଲା। ରବିବାର ଟି -୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ରଶିଦଙ୍କ ସେଇ ଅବସ୍ଥା ହେବ ବୋଲି ସେ ନିଜେ କହିଛନ୍ତି।
ଆଫଗାନିସ୍ତାନ ସୁପର ଆଠ ପର୍ଯ୍ୟାୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୧ ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିବାର ଆଶାକୁ ବଞ୍ଚାଇ ରଖିଛି। ଏହି ବିଜୟ ସହିତ ଦଳ ମୁମ୍ବାଇର ତିକ୍ତ ସ୍ମୃତିକୁ ଛାଡିବାକୁ ଚେଷ୍ଟା କରିବ। ଗତ ବର୍ଷ ନଭେମ୍ବରରେ ଚାଲିଥିବା ଦିନିକିଆ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ୯୧ ରନ୍‌ରେ ୭ଟି ଉଇକେଟ ହରାଇବା ପରେ ୨୯୨ ରନ୍‌ର ଲକ୍ଷ୍ୟ ହାସଲ କରିଥିଲା। ଏହି ମ୍ୟାଚ୍‌ରେ ଆହତ ହୋଇଥିଲେ ମଧ୍ୟ ମ୍ୟାକ୍ସୱେଲ ୨୧ ଚୌକା ଓ ୧୦ ଛକା ସହାୟତାରେ ୧୨୮ ବଲରେ ଅପରାଜିତ ୨୦୧ ରନ୍‌ ଏକ ଇନିଂସ ଖେଳିଥିଲେ।
ଟି-୨୦ ବିଶ୍ୱକପରେ ଓଲଟପାଲଟ ପରେ ରଶିଦ ଖାନ କହିଛନ୍ତି, ମୁଁ ଭାବୁଛି ମୁଁ ବର୍ତ୍ତମାନ ଭଲ ନିଦରେ ଶୋଇ ପାରିବି। ମୁଁ ସେଦିନ ରାତିରେ ଶୋଇ ପାରି ନ ଥିଲି। ସେହି ମ୍ୟାଚର ସ୍ମୃତି ସବୁବେଳେ ଆମ ମନରେ ରହିବ। କିନ୍ତୁ ଖୁସି ହେତୁ ମୁଁ ଆଜି ଶୋଇ ପାରିବି ନାହିଁ। ଆଜି ପୂରା ଦଳ ଖୁସି ଅଛନ୍ତି।
ସେ କହିଛନ୍ତି, ଯୁଦ୍ଧର ଶିକାର ହୋଇଥିବା ଦେଶର ଲୋକମାନେ ବିଜୟ ଉତ୍ସବ ପାଳନ କରିବାର ସୁଯୋଗ ପାଇବେ। ଅନ୍ତର୍ଜାତୀୟ କ୍ରିକେଟର କୌଣସି ଫର୍ମାଟରେ ଆଫଗାନିସ୍ତାନ ଉପରେ ପ୍ରଥମ ବିଜୟ ପରେ ରଶିଦ କହିଛନ୍ତି, ଏକ ଦଳ ଭାବରେ ଏକ ଦେଶ ଭାବରେ ଏହା ଆମ ପାଇଁ ଏକ ବଡ଼ ବିଜୟ। ଏହା କେବଳ ଦ୍ୱିପାକ୍ଷିକ ଖେଳ ନୁହେଁ। ଏହା ଏକ ବିଶ୍ୱକପ ମ୍ୟାଚ ଏବଂ ନିଶ୍ଚିତ ଭାବେ ଆପଣ ବିଶ୍ୱକପ୍‌ରେ ଶ୍ରେଷ୍ଠ ଦଳକୁ ପରାସ୍ତ କରୁଛନ୍ତି। ଏହା ଏକ ବଡ ସଫଳତା।
ରଶିଦ କହିଛନ୍ତି, ଆଫଗାନିସ୍ତାନରେ ଲୋକଙ୍କ ମୁହଁରେ ହସ ଆଣିବା ପାଇଁ କ୍ରିକେଟ ହେଉଛି ଏକମାତ୍ର ଉତ୍ସ। ଲୋକମାନେ ସେଠାରେ ଏହାକୁ ପାଳନ କରିପାରିବେ। ମୋତେ ଲାଗୁଛି ଯେ ଆମ ଘରେ ଥିବା ଲୋକଙ୍କୁ ଏହି ସୁଖ ଦେବାରେ ସକ୍ଷମ ହୋଇଥିବାରୁ ଆମେ ବହୁତ ଭାଗ୍ୟବାନ।


Enter your email to get our daily news in your inbox.

All Right Reserved By Dharitri.Com

ନେତାନ୍ୟାହୁ ବାଥରୁମରେ ଲୁଚାଇଥିଲେ ରେକର୍ଡ଼ିଂ ଡିଭାଇସ୍: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ,୪ା୧୦: ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦାବି କରିଛନ୍ତି ଯେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବ୍ୟବହାର କରିବା ପରେ ତାଙ୍କ ବ୍ୟକ୍ତିଗତ ବାଥରୁମରେ...

ବଡ଼ ଧରଣ ବିସ୍ଫୋରଣ: ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୫ ଶ୍ରମିକ ଗୁରୁତର

ଭୁବନେଶ୍ୱର,୨୭।୯: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଶନିବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁ ୫ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଦୌଡ଼ି ଯାଇ କୋହଲିଙ୍କ ପାଦ ଛୁଇଁଲେ ଗ୍ରାଉଣ୍ଡ୍‌ସମ୍ୟାନ୍‌: ଆଉ ତା’ପରେ…

ନୂଆଦିଲ୍ଲୀ,୨୮।୯: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ କାନପୁରରେ ଖେଳାଯାଉଛି। ପ୍ରଥମ ଦିନରେ ଖରାପ ପାଗ ହେତୁ କେବଳ ୩୫ ଓଭର ଖେଳାଯାଇଥିଲା। ପ୍ରଥମ...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ପାର୍ବଣ ପୂର୍ବରୁ ମିଶୋରେ ୮.୫ ଲକ୍ଷ ନୂଆ ନିଯୁକ୍ତି

ଭୁବନେଶ୍ୱର,୭।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ପାର୍ବଣ ପୂର୍ବରୁ ମିଶୋ ପ୍ରାୟ ୮.୫ ଲକ୍ଷ ନୂଆ ନିଯୁକ୍ତି (ଋତୁକାଳୀନ ଚାକିରି) ଦେବ...

ହୋଟେଲ ବାଥ୍‌ରୁମ୍‌ରେ ମହିଳାଙ୍କ ଭିଡିଓ କରୁଥିଲେ ଇଞ୍ଜିନିୟର, ପଡ଼ିଗଲେ ଧରା

ଭୁବନେଶ୍ୱର,୫ା୯: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲ ବାଥ୍‌ରୁମ୍‌ରେ ବୁଧବାର ଜଣେ ମହିଳା ଗାଧୋଉଥିବା ବେଳେ ଏହାର ଭିଡିଓ ଶୁଟ୍‌ କରି ଜଣେ...

ପ୍ୟାରିସ୍‌ ପାରାଲିମ୍ପିକ୍ସ: ଫାଇନାଲରେ ନୀତେଶ କୁମାର,ପଦକ ପକ୍କା କଲେ ମନୀଷା-ତୁଳସୀମତି

ପ୍ୟାରିସ୍‌,୧ା୯: ପ୍ୟାରିସ୍‌ରେ ଚାଲିଥିବା ପାରାଲିମ୍ପିକ୍ସ ୨୦୨୪ରେ ଭାରତୀୟ ପାରା ଶଟଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଏସ୍‌ଏଲ୍‌ ୩ ବର୍ଗର ଫାଇନାଲରେ ପ୍ରବେଶ କରିବା...

ନରାକାସ୍‌ ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ

ଭୁବନେଶ୍ୱର,୩୦।୮ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରତିଷ୍ଠାନ ତଥା ନଗର ରାଜଭାଷା କାର୍ଯ୍ୟାନ୍ବୟନ ସମିତି (ନରାକାସ୍‌/ବ୍ୟାଙ୍କ) ଭୁବନେଶ୍ବରର ୫୬ତମ ଅର୍ଦ୍ଧବାର୍ଷିକ ବୈଠକ ଗୁରୁବାର ଭାରତୀୟ ଷ୍ଟେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri