ଏହି କାରଣରୁ ଅମିତାଭଙ୍କ ପ୍ରତି ଆକର୍ଷିତ ଥିଲେ ରେଖା

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ। ଏକ ସମୟରେ ଏହି ଯୋଡି ନିଜର ପ୍ରେମ କାହାଣୀ ପାଇଁ ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ। ମାତ୍ର ଏବେ ଅମିତାଭ ବିବାହିତ ଜୀବନରେ ବ୍ୟସ୍ତ ଥିବାବେଳେ ରେଖା ଏକାକୀ ହୋଇଯାଇଛନ୍ତି।
ଏହା ସତ୍ତ୍ୱେ ଆଜି ମଧ୍ୟ ଅମିତାଭଙ୍କ ପ୍ରତି ରେଖାଙ୍କ ଭଲ ପାଇବା କିଛି କମ୍‌ ହୋଇ ନାହିଁ। ଯେତେବେଳେ ବି ସୁଯୋଗ ମିଳେ ରେଖା ଅମିତାଭଙ୍କ ପ୍ରଶଂସା କରିବାକୁ ଭୁଲନ୍ତି ନାହିଁ। ଏମିତି କିଛି ନିକଟରେ ଦେଖିବାକୁ ମିଳିଥିଲା।
ଏକ ସାକ୍ଷାତକାରରେ ରେଖା କହିଥିଲେ, ଅମିତାଭଙ୍କ ଉଦାରତା ମୋତେ ତାଙ୍କପ୍ରତି ଆକର୍ଷିକ କରିଛି। ମଣିଷ ହେଉଛି ସେ, ଯିଏକି ନିଜ ପାଇଁ କମ୍‌ ଏବଂ ଅନ୍ୟ ପାଇଁ ଅଧିକ ଚିନ୍ତା କରିଥାଏ। ସେମିତି ଜଣେ ବ୍ୟକ୍ତ ହେଲେ ଅମିତାଭ ବଚ୍ଚନ। ବୋଧହୁଏ ତାଙ୍କର ଏହିସବୁ ଗୁଣ ପାଇଁ ମୁଁ ଅମିତାଭଙ୍କ ପ୍ରତି ଅଧିକ ଆକର୍ଷିତ ହୁଏ ବୋଲି ରେଖା କହିଥିଲେ।

Share