Categories: ଖେଳ

ଏହିସବୁ କାରଣରୁ ଟିମ ଇଣ୍ଡିଆଠାରୁ ଦୂରରେ ସରଫରାଜ, ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ କରିବାକୁ ପଡ଼ିବ ଆହୁରି ଅପେକ୍ଷା

ନୂଆଦିଲ୍ଲୀ,୨୭।୬: ମୁମ୍ବାଇ ପାଇଁ ଘରୋଇ କ୍ରିକେଟ ଖେଳୁଥିବା ଷ୍ଟାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ପ୍ରଥମ ଶ୍ରେଣୀ ସୁପରଷ୍ଟାର ସରଫରାଜଙ୍କୁ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇନାହିଁ। ଅନେକ କ୍ରିକେଟ ବିଶେଷଜ୍ଞ ତଥା ପୂର୍ବତନ ଖେଳାଳି ବିସିସିଆଇ ଚୟନକର୍ତ୍ତାଙ୍କୁ ସରଫରାଜଙ୍କୁ ଦଳରେ ସାମିଲ ନ କରାଯାଇଥିବା ନେଇ ସମାଲୋଚନା କରିଛନ୍ତି। ବର୍ତ୍ତମାନ ଏକ ରିପୋର୍ଟରେ କୁହାଯାଇଛି ଯେ, ସରଫରାଜଙ୍କୁ ଶୀଘ୍ର ଟିମ ଇଣ୍ଡିଆ ପାଇଁ ଚୟନ କରାଯିବନାହିଁ।

ଟିମ ଇଣ୍ଡିଆରେ ସରଫରାଜ ଚୟନ ନ କରିବା ପାଇଁ ଅନେକ କାରଣ ଦିଆଯାଇଛି। ଏଥିରେ ଫିଟନେସ ଏବଂ ଫିଲ୍ଡ ବାହାରେ ଆଚରଣଠାରୁ ଆରମ୍ଭ କରି ଅନେକ ଜିନିଷ ରହିଛି। ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଯଶସ୍ବୀ ଜୟସ୍ବାଲ ଏବଂ ଋତୁରାଜ ଗାୟକୱାଡଙ୍କ ପରି ଯୁବ ବ୍ୟାଟ୍ସମ୍ୟାନ ଟେଷ୍ଟ ଦଳର ଅଂଶ ହୋଇଛନ୍ତି, କିନ୍ତୁ ଜାତୀୟ ଦଳରେ ଯୋଗଦେବା ପାଇଁ ସରଫରାଜଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ। ବିସିସିଆଇର ଜଣେ ଅଧିକାରୀ ସରଫରାଜଙ୍କୁ କାହିଁକି ଦଳରେ ସାମିଲ କରାଯାଇନାହିଁ ଏବଂ ତାଙ୍କୁ ଆହୁରି ଅପେକ୍ଷା କରିବାକୁ ପଡିବ ବୋଲି ସ୍ପଷ୍ଟ କରିଛନ୍ତି।

Share