Categories: ଫୁରସତ

ନୋବେଲ ପାଇବା ପରେ ପାକିସ୍ତାନ ବୈଜ୍ଞାନିକ ମାଗିଥିଲେ ଭାରତର ସାହାଯ୍ୟ

ପାକିସ୍ତାନର ପ୍ରଥମ ନାଗରିକ ଭାବେ ନୋବେଲ ପୁରସ୍କାର ପାଇଥିଲେ ବୈଜ୍ଞାନିକ ଅବଦୁସ ସଲାମ। ପଦାର୍ଥ ବିଜ୍ଞାନରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଯୋଗୁ ୧୯୭୯ରେ ତାଙ୍କୁ ମିଳିଥିଲା ବିଶ୍ୱର ସର୍ବଉଚ୍ଚ ସମ୍ମାନ। ବିଶ୍ୱ ସ୍ତରରେ ଏତେ ବଡ଼ ସଫଳତା ପାଇବା ପରେ ମଧ୍ୟ ନିଜକୁ ପ୍ରକୃତ ଅଧିକାରୀ ବୋଲି ଚିନ୍ତା କରୁ ନ ଥିଲେ ଡ. ସଲାମ। ସେ ଭାବୁଥିଲେ ଏହି ପୁରସ୍କାରର ପ୍ରକୃତ ଅଧିକାରୀ ତାଙ୍କ ଗୁରୁ ତଥା ଗଣିତ ପ୍ରଫେସର ଗାଙ୍ଗୁଲି।

୧୯୪୭ ମସିହା ଦୁଇ ଦେଶର ବିଭାଜନ ପରେ ପ୍ରଫେସର ଗାଙ୍ଗୁଲି ଭାରତରେ ରହିବାକୁ ନିଷ୍ପତ୍ତି ନେଇଥିବାବେଳେ ସଲାମ ବାଛିଥିଲେ ପାକିସ୍ତାନକୁ। ନୋବେଲ ପୁରସ୍କାର ପାଇବା ପରେ ଡ. ସଲାମ ଭାରତ ସରକାରଙ୍କୁ ତାଙ୍କ ଗୁରୁ ତଥା ପ୍ରୋଫେସର ଗାଙ୍ଗୁଲିଙ୍କୁ ଖୋଜି ଦେବା ପାଇଁ ସାହାଯ୍ୟ ମାଗିଥିଲେ। ଏଥିରେ ଲାଗିଥିଲା ଦୀର୍ଘ ଦୁଇ ବର୍ଷ। ୧୯୮୧, ଜାନୁୟାରୀ ୧୯ ତାରିଖରେ ଦକ୍ଷିଣ କୋଲକାତାରେ ପ୍ରୋଫେସର ଗାଙ୍ଗୁଲିଙ୍କ ଘରେ ପହଞ୍ଚିଥିଲେ ଡ. ସଲାମ।

ଆଉ ପ୍ରଫେସର ଅନୀଲେନ୍ଦ୍ର ଗାଙ୍ଗୁଲଙ୍କୁ କହିଥିଲେ, ଏହି ପଦକ ହେଉଛି ଆପଣଙ୍କ ଶୀକ୍ଷା ଓ ମୋ ଭିତରେ ଗଣିତ ପ୍ରତି ସୃଷ୍ଟି କରିଥିବା ଭଲ ପାଇବାର ଫଳ। ଏହା ତୁମ ପୁରସ୍କାର, ମୋର ନୁହେଁ।

Share