Categories: ଫୁରସତ

୨୦୨୦ ଏହି ଗାଁ ପାଇଁ ଶୁଭ: ଜାଣନ୍ତୁ କାହିଁକି…

ସମଗ୍ର ବିଶ୍ୱରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ରହିଛି ଚାଇନା। ଜନସଂଖ୍ୟା ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ ଚିନ୍ତାରେ ପଡ଼ିଛନ୍ତି। ତେଣୁ ଜନସଂଖ୍ୟା କମ୍‌ କରିବା ପାଇଁ ସେମାନେ ସବୁବେଳେ ପରାମର୍ଶ ହେଉଛନ୍ତି। ତେବେ ଇଟାଲିରେ ଏମିତି ଏକ ଗ୍ରାମ ରହିଛି, ଯେଉଁଠାରେ ସମୁଦାୟ ଜନସଂଖ୍ୟା ମାତ୍ର ୨୯। ଏହି ଗାଁ ନାମ ହେଉଛି ମାରଟର୍ନୋ। ନିକଟରେ ଏହି ଗାଁରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି। ତାହା ପୁଣି ଦୀର୍ଘ ୮ ବର୍ଷ ପରେ। ଗାଁଟି ଆକାରରେ ବହୁତ ବଡ଼ ହୋଇଥିବା ବେଳେ ଖୁବ୍‌ କମ୍‌ ଜନସଂଖ୍ୟା ପାଇଁ ଏହା ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏହି ଶିଶୁ ଜନ୍ମ ହେବା ପରେ ଗାଁର ଜନସଂଖ୍ୟା ୨୮ରୁ ବୃଦ୍ଧି ପାଇ ୨୯ରେ ପହଞ୍ଚିଛି। ଶିଶୁଟିର ନାମ ରଖାଯାଇଛି ଡେନିସ୍‌। ଗାଁରେ ଯେତେବେଳେ ଶିଶୁଟିଏ ଜନ୍ମନିଏ ଗ୍ରାମବାସୀ ଧୂମ୍‌ଧାମରେ ଉତ୍ସବ ମନାଇଥାନ୍ତି। ତେବେ ଝିଅ ଜନ୍ମ ହେଲେ ଗୋଲାପୀ ଏବଂ ପୁଅ ହେଲେ ନୀଳ ରଙ୍ଗର ଫିତା କାଟାଯାଇ ଉତ୍ସବ ମନାଯାଇଥାଏ। ଏହା ପୂର୍ବରୁ ୨୦୧୨ରେ ଏଠାରେ ଏକ ଶିଶୁ କନ୍ୟା ଜନ୍ମଗ୍ରହଣ କରିଥିଲା। କରୋନା ଯୋଗୁ ୨୦୨୦ ବର୍ଷ ସମଗ୍ର ବିଶ୍ୱ ପାଇଁ ଖରାପ ହୋଇଥିବା ବେଳେ ଏହି ଗାଁ ପାଇଁ କିନ୍ତୁ ଶୁଭ ହୋଇଛି।

Share