ଏହି ଜୁସ୍‌ରେ ଭରି ରହିଛି ରୋଗ ପ୍ରତିରୋଧକ ଶକ୍ତି

ସପୁରି ଜୁସ୍‌ ନିଶ୍ଚିତ ପିଇଥିବେ ମାତ୍ର ଏଥିରେ ଅଦା ମିଶାଇ ପିଇଲେ ବହୁତ ଲାଭଦାୟକ ହୋଇଥାଏ। ଏହି ଜୁସ୍‌ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ରହିଛି। ଯାହା ହଜମ ପ୍ରକ୍ରିୟାକୁ ଠିକ୍‌ ରଖିବା ସହିତ ଯକୃତକୁ ସଫା ରଖିଥାଏ। ଏହା ଏମିତି ଏକ ଜୁସ୍‌ ଯେଉଁଥିରେ ଚିନି ମିଶାଇବାକୁ ପଡ଼ିବନି। ଖାଲି ଏତିକି ନୁହେଁ, ଏଥିରୁ ଆସ୍କୋରବିକ୍‌ ଏସିଡ୍‌ ତଥା ଭିଟାମିନ୍‌ ସି ପ୍ରଚୁର ପରିମାଣରେ ମିଳିଥାଏ। ଜାଣନ୍ତୁ ଏ ସମ୍ପର୍କରେ…
ଜୁସ୍‌ ପ୍ରସ୍ତୁତ ପ୍ରଣାଳୀ:
ଏହାକୁ ପ୍ରସ୍ତୁତ କରିବା ଆଦୌ କଷ୍ଟକର ନୁହେଁ। ପ୍ରଥମେ ସପୁରିରୁ ଚୋପା ଛଡ଼ାଇ ଛୋଟଛୋଟ କାଟିଦିଅନ୍ତୁ। ଏଥିରେ ୨ ଖଣ୍ଡ ଅଦାରୁ ଚୋପା ଛଡ଼ାଇ ଛୋଟଛୋଟ ଖଣ୍ଡ କରନ୍ତୁ। ଗୋଟିଏ ଲେମ୍ବୁ ନିଅନ୍ତୁ। ଏହି ସବୁକୁ ମିଶାଇ ଗ୍ରାଇଣ୍ଡରରେ ଜୁସ୍‌ ପ୍ରସ୍ତୁତ କରିନିଅନ୍ତୁ।

ଏସବୁ ଲାଭ ମିଳେ:
ସପୁରିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ରହିଛି। ଯାହା ପାଚନ ପ୍ରକ୍ରିୟାକୁ ଠିକ୍‌ ରଖିବା ସହିତ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ସପୁରି-ଅଦା ଜୁସ୍‌ରେ ପ୍ରଚୁର ପରିମାଣର ଭିଟାମିନ୍‌ ସି, ଭିଟାମିନ୍‌ ବି ୧, ବି ୬, ମ୍ୟାଗ୍ନେସିୟମ ରହିଛି। ଏହା ବ୍ୟତୀତ ଏଥିରୁ ବ୍ରୋମେଲେନ୍‌ ନାମକ ଏକ ତତ୍ତ୍ୱ ଭରପୂର ମାତ୍ରାରେ ମିଳିଥାଏ। ଯାହା ଓଜନ କମାଇବାରେ ମଧ୍ୟ ସହାୟକ ହୋଇଥାଏ। ସପୁରି-ଅଦା ଜୁସ୍‌ ଶରୀରକୁ ଗରମ ରଖିବାରେ ମଧ୍ୟ ସାହାଯ୍ୟ କରେ।