ପଟ୍ଟା ପାଇଁ କଣ୍ଟା ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’

ରାୟଗଡ଼ା,୧୫ା୫: ଆଦିବାସୀ ବହୁଳ ରାୟଗଡ଼ା ଜିଲାବାସୀଙ୍କୁ କାଳ ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’। ଏହି କାରଣରୁ ବହୁ ଲୋକ ଘରଡିହ ପଟ୍ଟା ପାଉନାହନ୍ତି। ପଟ୍ଟା ନ ଥିବା କାରଣରୁ ଜାଗା ବିକ୍ରି ହୋଇପାରୁନି କି ବ୍ୟାଙ୍କ ଋଣ ଆଣି ଗୃହ ନିର୍ମାଣ ନଚେତ ବ୍ୟବସାୟ ବି କରିହେଉନି। ଏଭଳି ଅଭିଯୋଗ ଆଣିଛନ୍ତି ରାୟଗଡ଼ା ବାସିନ୍ଦା। ନିୟମ ଗୋଟିଏ ହେଲେ ବିଭିନ୍ନ ନିୟମର ଆଳ ଦେଖାଉଛନ୍ତି ତହସିଲ କର୍ମଚାରୀମାନେ। ଫଳରେ ଜମି ମାଲିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଯାହାର ଧନ ନାହିଁ, ତାହାର ଜାଗା ନାହିଁ ନ୍ୟାୟରେ ରାଜସ୍ବ ବିଭାଗ ପାତରଅନ୍ତର କରୁଛି। ଏଥିଯୋଗୁ ହଜାର ହଜାର ଆବେଦନ ପତ୍ର ଜିଲାର ବିଭିନ୍ନ ତହସିଲରେ ପଡ଼ିରହିଛି। ଦୀର୍ଘ ବର୍ଷରୁ ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’ ମନ୍ତବ୍ୟ ଉଚ୍ଛେଦ କରି ପଟ୍ଟା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ରହିଥିଲେ ମଧ୍ୟ ତହସିଲଦାରମାନେ ଏହାକୁ ଖାତିର କରୁନାହାନ୍ତି। ବିଶେଷକରି ଜିଲାର ରାୟଗଡ଼ା, କାଶୀପୁର, ବିଷମକଟକ ଓ ଗୁଣପୁରରେ ଏହି ନିର୍ଦ୍ଦେଶନାମା ପାଳନ କରାଯାଉ ନ ଥିବା ଜଣାପଡ଼ିଛି ା ଆବେଦନକାରୀ ବାରମ୍ବାର ପଚାରୁଥିଲେ ମଧ୍ୟ ଆଜିକାଲି କହି ଦିନ ଗଡିଚାଲିଛି।
ସୂଚନାଯୋଗ୍ୟ, ଗଞ୍ଜାମ-କୋରାପୁଟ ସେଟଲମେଣ୍ଟ ସମୟରେ ସହରର ଅଧିକାଂଶ ଲୋକଙ୍କ ଆର୍‌ଓଆର୍‌ରେ ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’ ବୋଲି ଉଲ୍ଲେଖ କରାଯାଇଥିଲା ା ପ୍ରାୟ ୫୦ବର୍ଷ ତଳର ଏହି ୧୨ ଅକ୍ଷର ବିଶିଷ୍ଟ ଲେଖା ଆଜି ମଧ୍ୟ ଲୋକଙ୍କୁ ହଇରାଣ କରୁଛି। ବିଭାଗୀୟ ଆନ୍ତରିକତା ଅଭାବ ଏବଂ ଅଧିକାରୀଙ୍କ ଲୋକଙ୍କ ହିତ ପାଇଁ ଚିନ୍ତା ନ ଥିବା ଏହାର ମୁଖ୍ୟ କାରଣ ବୋଲି ସାଧାରଣରେ କୁହାଯାଉଛି। ଏହି ନିୟମ ଉଚ୍ଛେଦ ପାଇଁ ୩୦ ବର୍ଷ ହେଲା ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିଗତ ସ୍ତରରେ ଦାବି କରାଯାଉଥିଲେ ମଧ୍ୟ ସମାଧାନ ହେଉନାହିଁ। ଦୁଇ ବର୍ଷ ତଳେ ତତ୍କାଳୀନ ରାଜସ୍ବ ସଚିବ ତାରା ଦତ୍ତ ଏହାକୁ ଉଚ୍ଛେଦ ପାଇଁ ପ୍ରସ୍ତାବ ଦେଇଥିଲେ। ଯେଉଁମାନେ ସିଭିଲ କୋର୍ଟ ଦ୍ୱାରସ୍ଥ ହୋଇଛନ୍ତି, ସେମାନଙ୍କ ପଟ୍ଟାରୁ ଏହି ମନ୍ତବ୍ୟ ଉଚ୍ଛେଦ କରାଯାଇଥିଲା। ଏଭଳିକି ଗୋଟିଏ ପଟ୍ଟାକୁ ଦର୍ଶାଇ ବହୁ ବ୍ୟକ୍ତି ନିଜସ୍ତରରେ ଉଦ୍ୟମ କରି ଉପରୋକ୍ତ ବାକ୍ୟ ଉଚ୍ଛେଦ କରି ନୂତନ ପଟ୍ଟା ମଧ୍ୟ ନେଇସାରିଛନ୍ତି। ହେଲେ ଏଥିପାଇଁ ବହୁ ଖର୍ଚ୍ଚାନ୍ତ ହେବାକୁ ପଡ଼ଛି।
ଖବର ନେବାରୁ ଜଣାପଡ଼ିଛି, ୨୦୨୨ ମାର୍ଚ୍ଚ ୧୬ ସୁଦ୍ଧା ଏହା ଆବେଦନର ଶେଷ ତାରିଖ ବୋଲି ସରକାର ଘୋଷଣା କରିଥିଲେ। ଉକ୍ତ ଦିନ ସୁଦ୍ଧା ଯେଉଁମାନେ ଆବେଦନ କରିଥିଲେ, ସେମାନଙ୍କ ଫାଇଲ ଖୋଲାଯାଇ ନ ଥିବା ବେଳେ ଏହା ପୂର୍ବରୁ ଆହୁରି ଅନେକ ଲୋକ ପଟ୍ଟା ପାଇଁ ଅପେକ୍ଷା କରିଛନ୍ତି। ରାୟଗଡ଼ା ସହରର ବ୍ରାହ୍ମଣ ସାହି, କରଣ ସାହି, ପାଇକ ସାହି, ପିଟଲା ସାହି, ୟେଦୁ ସାହି, ମେନ୍‌ ରୋଡ଼, ମାଝି ସାହି ଏବଂ ଖେତାନଞ୍ଜି ତୋଟା ଅଞ୍ଚଳ ସମେତ ଜିଲାର ହଜାର ହଜାର ଲୋକ ଆବେଦନ କରିବାର ବର୍ଷେ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପଟ୍ଟା ହୋଇପାରୁନାହିଁ। ଜମି କିଣାବିକାରେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ନେଉଛନ୍ତି। ହେଲେ କେଉଁ ଆଇନ ଆଧାରରେ ପଟ୍ଟା ପ୍ରଦାନ କରାଯାଉନାହିଁ ତାହା ତଦନ୍ତ ସାପେକ୍ଷ।
ପଟ୍ଟା ପାଇଁ ହଇରାଣ ହେଉଥିବା ରାୟଗଡ଼ାର ଗୋପରଞ୍ଜନ ବକ୍ସିପାତ୍ର କହିଛନ୍ତି ଯେ, ତାଙ୍କର ମେନ ରୋଡ଼୍‌ରେ ଜମି ରହିଛି। ସେ ପଟ୍ଟା ପାଇଁ ଦୀର୍ଘ ଦିନରୁ ଆବେଦନ କରିଥିଲେ ମଧ୍ୟ ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’ ତାଙ୍କ ପାଇଁ କଣ୍ଟା ସାଜିଛି। ପଟ୍ଟା ପାଇଁ କହିଲେ ଆଜିକାଲି କହି ତହସିଲରେ ସମୟ ଗଡ଼ାଉଛନ୍ତି। ବର୍ଷେରୁ ଉର୍ଦ୍ଧ୍ୱ ହେବ ଖାଲି ଆଶ୍ୱାସନା ମିଳୁଛି, ହେଲେ କାର୍ଯ୍ୟକାରୀ ହେଉନାହିଁ। ସେ ଆହୁରି କହିଛନ୍ତି, ତହସିଲ କାର୍ଯ୍ୟାଳୟର କିଛିି କର୍ମଚାରୀ ପ୍ରାୟ ୨୦ ହଜାର ଟଙ୍କା ଲାଞ୍ଚ ଚାହୁଁଛନ୍ତି। ଜମିର ପଟ୍ଟା ପାଇବାକୁ ମୁଁ ହକଦାର। ଲାଞ୍ଚ କାହିଁକି ଦେବି ବୋଲି ଗୋପରଞ୍ଜନ କହିଛନ୍ତି। ସେହିପରି ପିଟଲା ସାହିର ବି.ତାରିଣୀ ମଧ୍ୟ ଦୀର୍ଘ ଦିନ ହେଲା ପଟ୍ଟା ପାଇଁ ଆବେଦନ କରିଥିଲେ ବି ମିଳିନି। ଖେତାନଞ୍ଜି ତୋଟା ଅର୍ଥାତ ୧୫ନଂ ୱାର୍ଡ଼ କାଉନସିଲର ସନ୍ତୋଷ ଦଳାଇ ମଧ୍ୟ ଅନୁରୂପ ଅଭିଯୋଗ କରିଛନ୍ତି ଖେତାନଞ୍ଜି ତୋଟା ବାସିନ୍ଦା ଦୀର୍ଘ ଦିନରୁ ଜାଗା କିଣି ଘର କରି ରହିଆସୁଥିବା ଗରିବ ଶ୍ରେଣୀର ଲୋକ ପଟ୍ଟା ପାଇଁ ଆବେଦନ କରି ନୟାନ୍ତ ହୋଇଗଲେଣି। ଏ ନେଇ ରାୟଗଡ଼ା ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ୧୯୮୫ରୁ ରାୟଗଡ଼ା ନଗର ଗଠନ ହୋଇଥିଲା। ଏହା ପରଠାରୁ ଯାହା କିଣାବିକା ହୋଇଥିବା ସେ ବାବଦର ସମସ୍ତ ଲିଙ୍କ ଡକ୍ୟୁମେଣ୍ଟ ଆବଶ୍ୟକ। ଯାହାର ଅଛି ସେଗୁଡ଼ିକୁ ଆମେ କରିଦେଉଛୁ ବୋଲି କହିଛନ୍ତି। ଅନ୍ୟ ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ, ପଟ୍ଟା ପ୍ରଦାନରେ ବିଳମ୍ବର କୌଣସି ଆବଶ୍ୟକ ନାହିଁ। ଆବେଦନ ପତ୍ର ପାଇବା ପରେ ବିଭାଗୀୟ ପରମ୍ବକ ବହି ଓ ଅନ୍ୟ ନଥିପତ୍ର ଯାଞ୍ଚ କରି ପଟ୍ଟା ପ୍ରଦାନ କରିପାରିବେ। ଏଭଳିକି ତହସିଲ କାର୍ଯ୍ୟାଳୟରେ ଏସବୁ ଯାଞ୍ଚ କରି ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇ ଦେବା ଆବଶ୍ୟକ। ଉପଜିଲାପାଳ ନିଜ ସ୍ତରରେ ଏହାର ତଦନ୍ତ କରି ପଟ୍ଟା ପାଇଁ ଅନୁମତି ଦେଇପାରିବେ। ଜାଗାଟି ଆବେଦନକାରୀ ତଥା କିଣିଥିବା ବ୍ୟକ୍ତିଙ୍କ ପଜେନସନ୍‌ରେ ରହିଛି କି ନାହିଁ ଦେଖିବାକୁ ହେବ। ଯଦି ସମସ୍ତ ତଥ୍ୟ ଠିକ୍‌ ଅଛି ତେବେ ବ୍ୟକ୍ତିଜଣକ ପଟ୍ଟା ପାଇବାର ଯୋଗ୍ୟ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ପଯ୍ଟା ଆବେଦନ କାରୀମାନେ ଦାବି କରିଛନ୍ତି।

ଆଶିଷ ରଞ୍ଜନ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ମୋ ସ୍କୁଟି ଋଣରେ ଲାଞ୍ଚ, ଡିଆର୍‌ସିଏସ୍‌ଙ୍କୁ ତଦନ୍ତ ନିର୍ଦ୍ଦେଶ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବିଞ୍ଝାରପୁର ବ୍ରାଞ୍ଚରେ ସ୍କୁଟି ଋଣରେ ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଚାଲିଥିବା ଅଭିଯୋଗ ସଂକ୍ରାନ୍ତରେ ରାଜ୍ୟ...

ବିଶ୍ୱ ଐତିହ୍ୟ ତାଲିକାରୁ ବାଦ୍‌ ସମ୍ପର୍କରେ ସମୀକ୍ଷା ନାହିଁ

କେନ୍ଦ୍ରାପଡ଼ା,୨୧ା୯ (ଜଗନ୍ନାଥ ଧଳ): ପ୍ରକୃତିର ବିସ୍ମୟ ଭିତରକନିକା। ଏହାର ଜୈବ ବିବିଧତା, ସାମୁଦ୍ରିକ ଓ ବନ୍ୟ ସମ୍ପଦ, ଦେଶୀ ବିଦେଶୀ ପକ୍ଷୀ ସମ୍ପର୍କରେ ଦେଶ ବିଦେଶରେ...

ଚିନ୍ତା ବଢ଼ାଇଲା ନକଲି କନ୍ଧମାଳ ହଳଦୀ ବିକ୍ରି: ବିଭାଗ ନୀରବ

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ): ଚାଲିଛି ପର୍ଯ୍ୟଟନ ଋତୁ। ବର୍ଷା ଓ ଶୀତ ଋତୁର ମଧ୍ୟବର୍ତ୍ତୀ ସମୟରେ ଦାରିଙ୍ଗବାଡିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଆଉ କିଛି...

ବଏଲଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ପାଟଣାଗଡ ୨୧।୯ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ ଏନଏସିସ୍ଥିତ ହରିଶଙ୍କର ସମ୍ମିଳନୀ ସଦନଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦଶହରା ବଏଲଯାତ୍ରା ପାଇଁ ପ୍ରସ୍ତୁତି ବୈଠକ...

‘ବିଜେଡି ପ୍ରତିଶ୍ରୁତି ଅନୁଯାୟୀ ଷ୍ଟିଲ୍‌ ପ୍ଲାଣ୍ଟ କୁଆଡ଼େ ଗଲା’

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲାକୁ ଶୁକ୍ରବାରଠାରୁ ୩ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜିଲାକୁ ଏହା...

ଆଜିଠୁ ୩ଦିନ ରତ୍ନଭଣ୍ଡାରର ବୈଷୟିକ ସର୍ଭେ: ଅପରାହ୍ନ ୧ଟାରୁ କାର୍ଯ୍ୟ ଶେଷ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ,୨୧ା୯(ଅଜିତ୍‌ କୁମାର ମହାନ୍ତି):ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ସେପ୍ଟେମ୍ବର ୨୧, ୨୨ ଏବଂ ୨୩ ତାରିଖ ତିନିଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ...

ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ...

ଭାଇ ମୃତ୍ୟୁର ନ୍ୟାୟ ମାଗୁଛି: ନେହୁରା ହେଲେ ଫରେଷ୍ଟରଙ୍କ ଭାଇ

ଭବାନୀପାଟଣା,୨୦ା୯(ଉତ୍ତମ କୁମାର ଦାଶ): ଫରେଷ୍ଟର ଆତ୍ମହତ୍ୟା ମାମଲାକୁ ନେଇ ବିବାଦ ଥମିବାର ନାଁ ଧରୁନି। ମୃତ ଫରେଷ୍ଟର ସଞ୍ଜୟ ନାୟକଙ୍କ ଭାଇ ରବି ନାରାୟଣ ନାୟକ ସାମାଜିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri