Categories: ଖେଳ

ପତ୍ନୀଙ୍କ ସହ ରୋମାଣ୍ଟିକ ହେଲେ ଅଷ୍ଟ୍ରେଲିଆର ଏହି ଲେସବିୟାନ କ୍ରିକେଟର

ସିଡନୀ,୭।୪: ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଜେସ ଜୋନାସନ ଏବଂ ସାରା ଗୁଡେରହମ ଗତ ବର୍ଷ ଏପ୍ରିଲ ୬ରେ ବିବାହ କରିଥିଲେ। ରବିବାର ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ଥିଲା। ଏହି ବିଶେଷ ଅବସରରେ ସୋସିଆଲ ମିଡିଆରେ ଲେସବିୟାନ ଦମ୍ପତିଙ୍କୁ ଏକ ରୋମାଣ୍ଟିକ ଶୈଳୀରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ଫଟୋ ଏବେ ଭାଇରାଲ ହେଉଛି।
ଜେସ ଜୋନାସନ ପତ୍ନୀ ସାରା ଗୁଡରହମଙ୍କ ପାଇଁ ପ୍ରଥମ ବିବାହ ବାର୍ଷିକୀରେ ଇନଷ୍ଟାଗ୍ରାମରେ ଏକ ବିଶେଷ ବାର୍ତ୍ତା ଲେଖିଥିଲେ। ଜେସ ଏହି ଅବସରରେ ଲେଖିଥିଲେ, ମୋର ସୁନ୍ଦର ପତ୍ନୀଙ୍କ ସହିତ ବିବାହର ପ୍ରଥମ ବାର୍ଷିକୀ, ମୁଁ ବହୁତ କୃତଜ୍ଞ ଯେ ମୁଁ ତୁମ ସହିତ ଜୀବନ ବଞ୍ଚିବାକୁ ସୁଯୋଗ ପାଇଲି, ବିଶ୍ୱାସ କରିବା କଷ୍ଟସାଧ୍ୟ ଯେ ଆମେ ଗତ ବର୍ଷ ଏହି ସମୟରେ ହାୱାଇ ସମୁଦ୍ର କୂଳରେ ଥିଲୁ।
ସୂଚନାଯୋଗ୍ୟ, ୨୦୧୮ରେ ଏମାନଙ୍କର ଏନଗେଜମେଣ୍ଟ ହୋଇଥିଲା। ଏହାପୂର୍ବରୁ, ସେମାନେ ନିଷ୍ପତ୍ତି ନେଇଥିଲେ ଯେ ୨୦୨୦ରେ ଉଭୟ ବିବାହ କରିବେ। ତେବେ କରୋନା କାରଣରୁ ବିବାହ ବିଳମ୍ବ ହୋଇଥିଲା। ଏହା ପରେ, ୨୦୨୩, ୬ ଏପ୍ରିଲରେ, ସେମାନେ ହାୱାଇ ସମୁଦ୍ର କୂଳରେ ବିବାହ କରିଥିଲେ। ସାରା ଗୁଡରହମ ଏବଂ ଜେସ ଜୋନାସେନ ସର୍ବୋତ୍ତମ ବନ୍ଧୁ ଥିଲେ। ବିବାହର ସୁନ୍ଦର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

Share