ମଧୁମେହରୁ ମୁକ୍ତି ଦିଏ ଏହି ସାମାନ୍ୟ ପାଣି

ଆୟୁର୍ବେଦରେ ମେଥିକୁ ସ୍ବାସ୍ଥ୍ୟ ଉପକାରୀ କୁହାଯାଇଥାଏ। ଅନ୍ୟପକ୍ଷରେ ଏହାକୁ ରୋଷେଇ ସମୟରେ ମଧ୍ୟ ମସଲା ରୂପେ ବ୍ୟବହାର କରାଯାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମଧୁମେହ ରୋଗୀଙ୍କ ଲାଗି ମଧ୍ୟ ଏହା ଲାଭକାରୀ। ଏହା ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ କରିବା ସହ ମଧୁମେହରୁ ମୁକ୍ତି ପାଇଁ ଏହାର ପାଣିକୁ ମଧ୍ୟ ବ୍ୟବହାର କରାଯାଏ। ପ୍ରତିବର୍ଷ ମଧୁମେହ କାରଣରୁ ଅନେକ ଲୋକଙ୍କ ମୃତ୍ୟୁ ଘଟିଥାଏ। ଏହାର ଚିକିତ୍ସା କରା ନ ଗଲେ ହାର୍ଟ, ଆଖି ଏବଂ କିଡ୍‌ନୀ ଉପରେ ପ୍ରଭାବ ପଡ଼ିଥାଏ। ତେବେ ମେଥିରେ ଏପରି କିଛି ଉପାଦାନ ଅଛି ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

କିପରି ପ୍ରସ୍ତୁତ କରିବେ ମେଥି ପାଣି

– ରାତିରେ ୨ ଚାମଚ ମେଥିକୁ ପାଣିରେ ପକାଇ ଦିଅନ୍ତୁ। ସକାଳେ ପାଣିକୁ ଛାଣି ମେଥିକୁ ଅଲଗା କରି ଦିଅନ୍ତୁ। ମଧୁମେହ ରୋଗୀ ସକାଳୁ ଏହାକୁ ପିଇବା ଫଳରେ ଅନେକ ମଧୁମେହ ଆଶଙ୍କା ଦୂର ହୋଇଥାଏ।