ଓଡ଼ିଶାରେ ଭାଜପା ବିଜୟ ପଛରେ କିଙ୍ଗମେକର୍‌ ସାଜିଲେ ଏହି ବ୍ୟକ୍ତି

ଭୁବନେଶ୍ୱର,୫।୬: ଉତ୍ତର ପ୍ରଦେଶ ପରେ ଓଡ଼ିଶା ଯଦି କେଉଁଠି ସର୍ବାଧିକ ସଫଳତା ହାସଲ କରିଛି ତାହା ହେଉଛି ଓଡ଼ିଶା। ରାଜ୍ୟର ଭୋଟରମାନେ କେବଳ ସମସ୍ତ ଲୋକ ସଭା ଆସନ ଭାଜପାକୁ ଦେଇନାହାନ୍ତି, ତାହା ନୁହେଁ ବରଂ ବିଧାନସଭାରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି ଦଳ। ଏବେ ରାଜ୍ୟରେ ଭାଜପାର ସରକାର ଗଠନ କରିବାର ରାସ୍ତା ମଧ୍ୟ ସଫା ହୋଇଯାଇଛି। ତେବେ ଓଡିଶାରେ ଭାରତୀୟ ଜନତା ପାର୍ଟିକୁ ଏକ ଦୃଢ ସମର୍ଥନ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସାଜିଛନ୍ତି ଜଣେ ବ୍ୟକ୍ତି। ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ଜଣେ କେନ୍ଦ୍ର ମନ୍ତ୍ରୀ ଏହି କ୍ଷେତ୍ରରେ କିଙ୍ଗ୍‌ମେକର୍‌ ସାଜିଛନ୍ତି। ଏହି ମନ୍ତ୍ରୀଜଣକ ଅତୀତରେ ଓଡିଶା କ୍ୟାଡରର ଜଣେ ପ୍ରଶାସନିକ ଅଧିକାରୀ ମଧ୍ୟ ରହିଆସିଛନ୍ତି।

ରାଜ୍ୟର ମୋଟ ୨୧ଟି ଲୋକ ସଭା ଆସନ ମଧ୍ୟରୁ ଭାଜପା ୨୦ଟି ସିଟ ଜିତିଛି। କେବଳ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି। ଅର୍ଥାତ ଭାଜପା ଲୋକ ସଭାରେ ପ୍ରାୟ ସମସ୍ତ ଆସନ ଜିତିଥିବାବେଳେ ବିଜେଡି ମୂଳପୋଛ ହୋଇଯାଇଛି। ୨୦୧୯ରେ ବିଜୁ ଜନତା ଦଳ ଲୋକ ସଭାରେ ୧୨ଟି ଓ ଭାଜପା ୮ଟି ସିଟ ପାଇଥିଲା। ଏପରିକି ସେତେବେଳେ କଂଗ୍ରେସ କେବଳ ଗୋଟିଏ ଆସନ ପାଇଥିଲା। କିନ୍ତୁ ଏଥର ପଲଟି ଯାଇଛି ବାଜି। ବିଜୁ ଜନତା ଦଳର ସମସ୍ତ ଆସନ ଭାଜପା ଖାତାକୁ ଯାଇଛି।

ଭାଜପାକୁ ଏହି ବମ୍ପର ସଫଳତା ଦେବା ପଛରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଠାରୁ ବଡ଼ ଗୋଟି ଚାଳନା କରିଛନ୍ତି ବୋଲି କୁହାଯାଉଛି। ପ୍ରାୟ ୨୮ବର୍ଷ ପୂର୍ବେ ଅଶ୍ୱିନୀ ଓଡିଶା କ୍ୟାଡରର ଜଣେ ପ୍ରଶାସନିକ ଅଧିକାରୀ ଥିଲେ। ସେ ଏଠାରେ ତୃଣମୂଳ ସ୍ତରରେ ସଂଯୁକ୍ତ ହୋଇ ରହିଛନ୍ତି। ଦୀର୍ଘ ଦିନ ଧରି ଏଠାରେ ପୋଷ୍ଟିଂ ହେତୁ ସେ ରାଜ୍ୟରେ ଏକ ଦୃଢ ଼ପରିଚୟ ହାସଲ କରିଛନ୍ତି। ଏଠାରେ, ସେ ପ୍ରତ୍ୟେକ ଆସନ ପାଇଁ ବିଭିନ୍ନ ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି।

Share