Posted inଫୁରସତ

ମାତ୍ର ୮ ହଜାର ଟଙ୍କାରେ ୧୨୫ ବର୍ଷର ପୁରୁଣା ଆଲମାରୀ କିଣିଲେ ଏହି ବ୍ୟକ୍ତି, ସେଥିରୁ ଯାହା ବାହାରିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ଯେତେବେଳେ ଭଗବାନ କାହାକୁ କିଛି ଦିଅନ୍ତି ଛପର ଫାଡି କି ଦିଅନ୍ତି। ଆଉ ଯଦି କାହାର ଭାଗ୍ୟ ଖରାପ ପଡ଼ିଥାଏ ତେବେ ଜଣେ ଧନୀ ବ୍ୟକ୍ତି ମଧ୍ୟ କ୍ଷଣିକ ମଧ୍ୟରେ ଗରିବ ହୋଇଯାଏ। ଅନେକ ଥର ଲୋକମାନେ ଭାଗ୍ୟ ବଦଳାଇବା ପାଇଁ ଲଟେରି କିଣନ୍ତି ଏବଂ ବେଳେବେଳେ ସେମାନେ ଅଜାଣତରେ ଜ୍ୟାକ୍‌ପଟ୍‌ ବି ପାଆନ୍ତି।

ଏହି ଯେମିତି କଳଙ୍କି ଲାଗିଯାଇଥିବା ଏକ ଆଲମାରୀ ଟେକ୍ସାସର ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳାଇଦେଇଛି। ଏମିଲ ନାମକ ଏହି ବ୍ୟକ୍ତି ୧୨୫ ବର୍ଷ ପୁରୁଣା ଆଲମାରୀ କିଣିଥିଲେ। ଏହା ଏକ ପୁରାତନ ବୋଲି ଭାବି ଘରକୁ ଆଣିଥିବା ଏହି ଆଲମାରୀ, ଏମିଲଙ୍କ ଜୀବନକୁ ବଦଳାଇ ଦେଇଛି। ସେ କଦାପି କଳ୍ପନା କରି ନ ଥିଲେ ଯେ, କେବଳ ୮ ହଜାର ଟଙ୍କା ପାଇଁ ସେ ଆଲମାରୀରୁ ଏପରି ଧନ ପାଇବେ, ଯାହା ତାଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ତେବେ ଏହି ଧନ ପାଇବା ପରେ ଏମିଲ ଯାହା କରିଥିଲେ ତାହା ସମସ୍ତଙ୍କ ହୃଦୟ ଜିତିଥିଲା।

ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେଉଛି। ଏମିଲ ପ୍ରାୟ ୧୨୫ ବର୍ଷ ପୁରୁଣା ଏକ ଆଲମାରୀ କିଣିଥିଲେ। ସେ ଏହି ଆଲମାରିରେ ମାର୍ବଲ କାମ ଏବଂ କାଠ ଫିନିଶକୁ ବହୁତ ପସନ୍ଦ କରିଥିଲେ। ଏହି କାରଣରୁ ସେ ଏହି ଆଲମାରୀକୁ ୮ ହଜାର ଟଙ୍କାରେ କିଣିଥିଲେ। କିନ୍ତୁ ଏମିଲ ଯାହା ଭିତରେ ପାଇଲେ, ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ଯେତେବେଳେ ଏମିଲ ଏହି ଆଲମାରୀକୁ ଘରକୁ ଆଣି ନିଜ ଡାଇନିଂ ରୁମରେ ରଖିଲେ, ସେତେବେଳେ ସେ ଭିତରୁ ଏକ ଗର୍ଜନ ଶବ୍ଦ ଶୁଣିବାକୁ ାଇଲେ। ଏମିଲ ତାଙ୍କ ପୁଅ ସହିତ ଆଲମାରୀକୁ ଖୋଲିଲେ।ବହୁତ ସମୟ ପରେ ସେ ଦେଖିଲେ ଯେ ଆଲମାରୀରେ ଏକ ଗୁପ୍ତ ଡ୍ରୟାର ଅଛି। ଏହା ଭିତରେ ବହୁ ମୂଲ୍ୟବାନ ପଥର, ହାର, ସୁନା ଏବଂ ଅଳଙ୍କାର ରଖାଯାଇଥିଲା। ନିୟମ ଅନୁଯାୟୀ ଏହି ଧନ ଏମିଲଙ୍କର ଥିଲା। କିନ୍ତୁ ସେ ଏହାକୁ ଚୋରି ବୋଲି ଭାବି ତୁରନ୍ତ ଆଲମାରୀର ମୂଳ ମାଲିକଙ୍କ ସହ ଯୋଗାଯୋଗ କରି ତାଙ୍କୁ ଏ ବିଷୟରେ ଜଣାଇଲେ। ଯେଉଁ ବ୍ୟକ୍ତି ଆଲମାରୀର ମାଲିକ ଥିଲେ ସେ ମୃତ୍ୟୁବରଣ କରିଥିଲେ। କିନ୍ତୁ ତାଙ୍କ ପୁଅମାନେ ଧନ ଫେରସ୍ତ ପାଇଁ ଏମିଲଙ୍କୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

ଲକ୍ଷ୍ନୌ ଭିକାରି ସବୁଠୁ ଧନୀ; ମାସିକ ୯୦ ହଜାର ରୋଜଗାର, ନିଅନ୍ତି ୱିକ୍‌ଏଣ୍ଡ୍‌ ଛୁଟି

ନୂଆଦିଲ୍ଲୀ: ଲକ୍ଷ୍ନୌ ମହାନଗର ନିଗମ ଏବଂ ଉତ୍ତର ପ୍ରଦେଶ ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଲକ୍ଷ୍ନୌ ସହରରେ ଭିକାରିମାନଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଭିକାରିମାନଙ୍କୁ...

ସର୍ବଦା ଲାଗି ରହୁଛିକି ଅଭାବ: ଦୀପାବଳିରେ କରନ୍ତୁ ଏପରି, ମିଳିବ…

ଆଲୋକର ପର୍ବ ଦୀପାବଳି ଘରକୁ ସୁଖ, ସମୃଦ୍ଧି ଆଣିଥାଏ; ଯାହାକୁ ଦୃଷ୍ଟିରେ ରଖି ଦୀପାବଳି ଆସିଲେ ଲୋକେ ଘରଦ୍ୱାର ସଫାସୁତରାରେ ଲାଗିଯାନ୍ତି। ତେବେ ଖାଲି ଘରଦ୍ୱାର...

ଗଣମାଧ୍ୟମକୁ ନିୟନ୍ତ୍ରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ: ପରଞ୍ଜୟ

ବରିଷ୍ଠ ସାମ୍ବାଦିକ ପରଞ୍ଜୟ ଗୁହା ଠାକୁର୍ତ୍ତା ନିଜ ସାଢ଼େ ୪ ଦଶନ୍ଧିର କ୍ୟାରିୟର ଭିତରେ ଅନେକ ଛାପା ଓ ଇଲେକ୍ଟ୍ରୋନିକ୍‌ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି। ଓ୍ବେବ୍‌ସାଇଟ୍‌ଠୁ...

ଅଭିବ୍ୟକ୍ତି ସ୍ବାଧୀନତାକୁ ସଂକୁଚିତ କରୁଛି ଆଇନ: ଅନନ୍ତ ନାଥ

ସାମ୍ବାଦିକତା ଜଗତରେ ଜଣାଶୁଣା ବ୍ୟକ୍ତିତ୍ୱ ଅନନ୍ତ ନାଥ ୨୦୧୦ରେ ‘ଦି କାରାଭାନ’ ପତ୍ରିକା ପୁନଃ ଆରମ୍ଭ କରିଥିଲେ। ତାଙ୍କ ସମ୍ପାଦନାରେ ବାସ୍ତବ କାହାଣୀଗୁଡ଼ିକର ବ୍ୟାଖ୍ୟାନ ଏହି...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri