Posted inଫୁରସତ

ମୁଣ୍ଡରେ ୩୧୯ କାଚଗ୍ଲାସ୍‌ ରଖି ଡ୍ୟାନ୍ସ କଲେ ଏହି ବ୍ୟକ୍ତି, ସୃଷ୍ଟି କଲେ ବିଶ୍ୱ ରେକର୍ଡ, ଭିଡିଓ ଦେଖିଲେ…

ଜଣେ ବ୍ୟକ୍ତି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ସେ ତାଙ୍କ ମୁଣ୍ଡରେ ୩୧୯ କାଚଗ୍ଲାସ୍‌ ରଖି ଭାରସାମ୍ୟ ରକ୍ଷା କରି ନାଚୁଥିବାର ଦେଖିବାକୁ ମିଳିଛି। ଏପରି କରି ସେ ତାଙ୍କ ନାମରେ ଗିନିଜ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ବ୍ୟକ୍ତିଙ୍କ ନାମ ଆରିଷ୍ଟୋଟେଲିସ ଭାଲୋରାଇଟିସ, ସେ ସାଇପ୍ରସର ପାଫୋସର ବାସିନ୍ଦା।

ଗିନିଜ ଓ୍ବାଲର୍‌ଡ ରେକର୍ଡସ (GWR) ଇନ୍‌ଷ୍ଟାଗ୍ରାମରେ ତାଙ୍କ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଭାଲୋରାଇଟିସ ତାଙ୍କ ମୁଣ୍ଡରେ ୩୧୯ ଗ୍ଲାସ ରଖି ଧିରେ ଧିରେ ନାଚୁଥିବା ଦେଖାଯାଏ। ଭାଲୋରାଇଟିସ ସେହି କାଚଗ୍ଲାସ୍‌ଗୁଡ଼ିକୁ ତଳେ ପକାଇଥାନ୍ତି। ଯାହାଫଳରେ ସେଗୁଡ଼ିକ ଭାଙ୍ଗିଯାଏ। ଭାଲୋରାଇଟିସଙ୍କ ଏକ ଭିଡିଓ ପୋଷ୍ଟ କରି ଜିଡବ୍ଲ୍ୟୁଆର୍‌ ଲେଖିଛି ‘ଆରିଷ୍ଟୋଟଲ୍ସ ଭାଲୋରାଇଟିସ୍‌ ତାଙ୍କ ମୁଣ୍ଡରେ ୩୧୯ କାଚ ଗ୍ଲାସ ବାଲାନ୍ସ କରି ରଖିଛନ୍ତି।

ଭିଡିଓ ଆରମ୍ଭରେ ଭାଲୋରାଇଟିସ୍‌ ତାଙ୍କ ମୁଣ୍ଡରେ ଅନେକ ଗ୍ଲାସ ରଖିଥିବା ଦେଖିବାକୁ ମିଳିଛି। ଅନ୍ୟ ଜଣେ ଯୁବକ ଟେବୁଲ ପାଖରେ ଠିଆ ହୋଇଛନ୍ତି, ଯିଏ ଭାଲୋରାଇଟସ୍‌ଙ୍କ ମୁଣ୍ଡରେ ଗ୍ଲାସ୍‌ ପ୍ଲେଟ ରଖୁଥିବାର ଦେଖାଯାଏ। ଯୁବକ ଜଣକ କରତାଳି ଦେଉଥିବାର ନଜର ଆସିଛନ୍ତି। ଏହି ସମୟରେ ଭାଲୋରାଇଟିସ ତାଙ୍କ ମୁଣ୍ଡରେ କାଚଗ୍ଲାସ ରଖି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଭିଡିଓ ଶେଷରେ ଭାଲୋରାଇଟିସ କିପରି ସେହି କାଚକୁ ତଳେ ପକାଉଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିଛି।

ଭାଲୋରାଇଟିସ ତାଙ୍କ ମୁଣ୍ଡରେ କାଚ ରଖି ଭାରସାମ୍ୟ ରକ୍ଷା କରିବା ପ୍ରଥମ ଥର ନୁହେଁ। ଏହାପୂର୍ବରୁ ସେ ୪୯ ଗ୍ଲାସ ମୁଣ୍ଡରେ ରଖି ରେକର୍ଡ ମଧ୍ୟ କରିଥିଲେ। ଏବେ ସେ ୩୧୯ କାଚଗ୍ଲାସ୍‌ ମୁଣ୍ଡରେ ରଖି ଆଉ ଏକ ରେକର୍ଡ କରିଛନ୍ତି। ଦୁଇଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ଭାଲୋରାଇଟିସ ଭିଡିଓ ଶେୟାର କରିଛନ୍ତି। ବର୍ତ୍ତମାନ ଏହାକୁ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ଭିଡିଓକୁ ୩୦ ହଜାରରୁ ଅଧିକ ଲାଇକ୍‌ ମଧ୍ୟ କରିଛନ୍ତି।

ଜଣେ ୟୁଜର କହିଛନ୍ତି, ଏହା ଅବିଶ୍ୱସନୀୟ। ଅନ୍ୟ ଜଣେ କହିଛନ୍ତି, ଦାବି ‘ମୁଁ ତାଙ୍କୁ ସହଜରେ ହରାଇଦେବି’। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ହେ ଭଗବାନ! ଏହା ଆଶ୍ଚର୍ଯ୍ୟଜନକ।

 


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ଛୋଟ ର୍ୟୁବିକ୍‌ କ୍ୟୁବ୍‌

ର୍ୟୁବିକ୍‌ କ୍ୟୁବ୍‌ ଏକ ବ୍ରେନ୍‌ ଗେମ୍‌। ଏହାକୁ ସଲ୍‌ଭ କରିବା ଏତେଟା ସହଜ ନୁହେଁ। ତେଣୁ ଅନେକେ ଏହାକୁ ସଲ୍‌ଭ କରିବା ଲାଗି ହାତରେ କ୍ୟୁବ୍‌...

କଖାରୁରେ ଚଢ଼େଇ

କଖାରୁ ଖାଇବାକୁ ହୁଏତ ଅନେକଙ୍କୁ ଭଲ ନ ଲାଗିପାରେ। ହେଲେ କଖାରୁରେ ତିଆରି ଏହି କାରିଗରି ନିଶ୍ଚିତଭାବେ ସମସ୍ତଙ୍କୁ ଭଲ ଲାଗିବ। ବୁଲଗେରିଆର ଫୁଡ୍‌ ଆର୍ଟିଷ୍ଟ...

ମରୁଭୂମିରେ ବାହାରିଛି ହାତ

ଉତ୍ତର ଚିଲିରେ ଥିବା ଆଟାକାମା ମରୁଭୂମି ହେଉଛି ପୃଥିବୀର ସବୁଠାରୁ ଶୁଷ୍କ ମରୁଭୂମି। ଏଠାରେ ବହୁତ କମ୍‌ ବର୍ଷା ହୁଏ। ୨୫ ବର୍ଷ ପୂର୍ବରୁ ଏହି...

ପ୍ରଭୁଙ୍କୁ ସମର୍ପି ଦେଇଥିଲି ପ୍ରଥମ ଦରମା

ମୋ ଭଳି ଆର୍ଥତ୍କ ଅସ୍ବଚ୍ଛଳ ସଂଘର୍ଷରତ ନିମ୍ନ ମଧ୍ୟବିତ୍ତ ବର୍ଗର ସ୍ବପ୍ନୀଳ ଛାତ୍ରମାନେ ସବୁବେଳେ ଏକ ପ୍ରାପ୍ତି-ଅପ୍ରାପ୍ତିର ଆତଙ୍କିତ ସମୟ ଭିତରେ ଗତି କରନ୍ତି ଜଣେ...

ନିଆରା ଦୀପାବଳି

କେବଳ ଦୀପ ଓ ଆତସବାଜିରେ ସୀମିତ ନୁହେଁ। ଭାରତର ବିଭିନ୍ନ ସ୍ଥାନରେ ବେଶ୍‌ ନିଆରା ଢଙ୍ଗରେ ବି ଏହାର ପାଳନ କରାଯାଇଥାଏ .. ଦୀପାବଳିର ଆଲୋକମାଳା...

ଏମିତି କଲେ ଘର ପାଇଁ ଅମଙ୍ଗଳ, ଜାଣନ୍ତୁ କ’ଣ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ଖାସ୍‌ କାର୍ଯ୍ୟ ରହିଛି, ଯାହାକୁ କରିବା ଦ୍ୱାରା ଘରର ଅମଙ୍ଗଳ ହେବା ସହ ଉନ୍ନତି ପଥରେ ବାଧା ଉପୁଜିଥାଏ। ଯେମିତିକି:...

ମହିଳାଙ୍କୁ ନ୍ୟାୟ ଦେଉଛି ଛାଡ଼ପତ୍ର ମନ୍ଦିର

ଟୋକିଓ: ଜାପାନର କାମାକୁରା ସହରସ୍ଥିତ ମତ୍ସୁଗାଓକା ଟୋକେଇଜି ମନ୍ଦିରକୁ ଛାଡ଼ପତ୍ର ମନ୍ଦିର ବୋଲି ମଧ୍ୟ କୁହାଯାଏ। ବୈବାହିକ ଜୀବନରେ ବିଭିନ୍ନ ଅସୁବିଧା ଏବଂ ନିର୍ଯାତନାର ସମ୍ମୁଖୀନ...

ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ କେମିତି କରିବେ ସନ୍ତୂଷ୍ଟ, ଜାଣନ୍ତୁ

ଘରର ସୁଖଶାନ୍ତି ବୃଦ୍ଧି ପାଇଁ ଅନେକେ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ମା’ଙ୍କୁ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରିବା ସହ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri